ଜାନୁଆରୀ ୩ ତାରିଖରୁ ହିଁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ୍‌: ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର(କେନ୍ୟୁଜ୍):  ଦ୍ୱନ୍ଦ୍ୱ ଦୂର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଜାନୁଆରୀ ୩ ତାରିଖରୁ ହିଁ ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ୍‌ । ପଢ଼ିବାକୁ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । କ୍ଲାସରୁମରେ ଅଫଲାଇନରେ ପାଠପଢ଼ା ଆରମ୍ଭ ହେବ । ଏହା ସହ ଅନଲାଇନ୍‌ରେ ମଧ୍ୟ ପାଠ ପଢାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯିଏ ଚାହିଁବ ଅନଲାଇନ୍‌ରେ କ୍ଲାସ କରିପାରିବ।

ପାଖାପାଖି ଦୁଇ ବର୍ଷ ପରେ ଖୋଲିବ ପ୍ରାଥମିକ ସ୍କୁଲ । ସ୍କୁଲ ପରିସରରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡାକଡି ଭାବେ ପାଳନ କରାଯିବ। ଏଥିପାଇଁ ସ୍କୁଲ କ୍ୟାମ୍ପସ ସ୍ୱଚ୍ଛ ରଖାଯାଇଛି। ଗୋଟିଏ ଶ୍ରେଣୀରେ ୨୫ଜଣ ଛାତ୍ରଛାତ୍ରୀ ବସିବେ। ଏଥିସହ ୨୦୨୨ରେ ପରୀକ୍ଷା ଠିକ୍‌ ସମୟରେ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.