କାନାଡ଼ାରେ ଜଂଗଲରୁ ଜନବସତି ଆଡ଼କୁ ମାଡ଼ି ଆସୁଛି ନିଆଁ, ୩୦ ହଜାର ଲୋକଙ୍କୁ ଘର ଛାଡ଼ି ପଳାଇବାକୁ ନିର୍ଦେଶ
କାନାଡ଼ାରେ ଭୟଂକର ହେଉଛି ଜଂଗଲ ନିଆଁ । ଜଂଗଲରୁ ଜନବସତି ଆଡ଼କୁ ମାଡ଼ି ଆସୁଛି। ଯେମିତି ଗିଳି ଦେବ। ୩୦ ହଜାର ଲୋକଂକୁ ଘରଦ୍ବାରା ଛାଡ଼ି ପଳାଇବାକୁ ନିର୍ଦେଶ ଦିଆଯାଇଛି। କାନାଡ଼ାର ବ୍ରିଟିଶ କଲମ୍ବିଆ ପ୍ରୋଭିନ୍ସରେ ରହୁଥିବା ଲୋକଂକୁ ଖାଲି କରିବାକୁ କୁହାଯାଇଛି।

କାନାଡ଼ାରେ ଭୟଂକର ହେଉଛି ଜଂଗଲ ନିଆଁ । ଜଂଗଲରୁ ଜନବସତି ଆଡ଼କୁ ମାଡ଼ି ଆସୁଛି। ଯେମିତି ଗିଳି ଦେବ। ୩୦ ହଜାର ଲୋକଙ୍କୁ ଘରଦ୍ବାରା ଛାଡ଼ି ପଳାଇବାକୁ ନିର୍ଦେଶ ଦିଆଯାଇଛି। କାନାଡ଼ାର ବ୍ରିଟିଶ କଲମ୍ବିଆ ପ୍ରୋଭିନ୍ସରେ ରହୁଥିବା ଲୋକଂକୁ ଖାଲି କରିବାକୁ କୁହାଯାଇଛି।
ସେହିପରି କେଲୋନା ସହରକୁ ମଧ୍ୟ ଯିବାକୁ ଲୋକଂକୁ ବାରଣ କରାଯାଇଛି। ୩୬ ହଜାର ଜନସଂଖ୍ୟା ବିଶିଷ୍ଟ ୱେଷ୍ଟ କେଲୋନା ସହରରେ ଅନେକ ଘର ଜାଳି ଦେଲାଣି ଜଂଗଲ ନିଆଁ । ସେହିପରି ୟେଲୋନାଇଫ ନିକଟରେ ଭୟଂକର ଭାବେ ଜଳୁଛି ଜଂଗଲ।
ୟେଲୋନାଇଫ ସହରର ପ୍ରାୟ ସମସ୍ତ ଲୋକ ଘର ଛାଡ଼ି ପଳାଇଛନ୍ତି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରରୁ ପ୍ରାୟ ୧୯ ହଜାର ଲୋକ ପଳାଇଲେଣି। କାନାଡ଼ାରେ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି ଜଂଗଲ ନିଆଁ। ପୂର୍ବରୁ କାନାଡ଼ାରେ କେବେ ବି ଏତେ ଭୟଂକର ହୋଇ ନଥିଲା ଜଂଗଲ ନିଆଁ । ଦେଶବ୍ୟାପୀ ୧ ହଜାରରୁ ଅଧିକ ଜଂଗଲରେ ଜଳୁଛି ନିଆଁ ।