ନିର୍ବାଚନ ପୂର୍ବରୁ ମିଳିଲା ବଡ଼ ଭୂମିକା, କଂଗ୍ରେସ ଟପ୍ ପ୍ୟାନେଲରେ ସଚିନ ପାଇଲଟ ଓ ଶଶୀ ଥରୁର

କଂଗ୍ରେସ ଟପ୍ ପ୍ୟାନେଲରେ ସଚିନ ପାଇଲଟ ଓ ଶଶୀ ଥରୁର। ନିର୍ବାଚନ ପୂର୍ବରୁ ମିଳିଲା ବଡ଼ ଭୂମିକା। ସିଡବ୍ଲୁସି ସଦସ୍ୟତା ନେଇ ଦୁଇ ନେତାଙ୍କ ନାଁ ଘୋଷଣା କଲା କଂଗ୍ରେସ।

କଂଗ୍ରେସ ଟପ୍ ପ୍ୟାନେଲରେ ସଚିନ ପାଇଲଟ ଓ ଶଶୀ ଥରୁର। ନିର୍ବାଚନ ପୂର୍ବରୁ ମିଳିଲା ବଡ଼ ଭୂମିକା। ସିଡବ୍ଲୁସି ସଦସ୍ୟତା ନେଇ ଦୁଇ ନେତାଙ୍କ ନାଁ ଘୋଷଣା କଲା କଂଗ୍ରେସ। ବଡ଼ କଥା ହେଉଛି, ଚଳିତ ବର୍ଷ ଶେଷ ଆଡ଼କୁ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ ସିଡବ୍ଲୁସିରେ ସାମିଲ କରି ତାଂକୁ ମନେଇବାକୁ ଉଦ୍ୟମ କରିଛି କଂଗ୍ରେସ।

କାରଣ ରାଜସ୍ଥାନରେ ନିଜ ସରକାରକୁ ବାରମ୍ବାର ଘେରୁଛନ୍ତି ସଚିନ ପାଇଲଟ। ଅଶୋକ ଗେହଲଟଙ୍କ ସହ ତାଙ୍କର ମୁହାଁମୁହିଁ ସ୍ଥିତି ଜାରି ରହିଛି। ନିର୍ବାଚନ ପୂର୍ବରୁ ତାଂକୁ ମନେଇବାକୁ ଉଦ୍ୟମ କରିଛି ଦଳ। ସେହିପରି ଶଶୀ ଥରୁରଂକୁ ସିଡବ୍ଲୁସି ସଦସ୍ୟତା ମିଳିଛି।

ଶଶୀ ଥରୁର ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ । ସିଡବ୍ଲୁସିକୁ ମନୋନିତ ହେବା ପରେ ଦଳକୁ କୃତଜ୍ଞତା ଜଣାଇଛନ୍ତି ଥରୁର। ଦଳ ପାଇଁ ଅଧିକ ସେବା କରିବାର ସୁଯୋଗ ମିଳିଲା ବୋଲି କହିଛନ୍ତି। ଏହି ଦୁଇ ଜଣଂକୁ ଛାଡ଼ି ଦୀପା ଦାସ ମୁନସି ଓ ସୟଦ ନାସିର ହୁସେନ ସିଡବ୍ଲୁସିର ନୂଆ ସଦସ୍ୟ ଭାବେ ମନୋନିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.