Below header

ରାହୁଲ ଗାନ୍ଧିଙ୍କ ବଡ଼ ବୟାନ, ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି ଚୀନ୍ ସୈନ୍ୟ

ଲଦାଖରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବଡ଼ ବୟାନ । ସୀମା ବିବାଦକୁ ନେଇ ପୁଣି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଅଭିଯୋଗ କରିଛନ୍ତି, ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି ଚୀନ୍ ସୈନ୍ୟ । ଲଦାଖର ସ୍ଥାନୀୟ ଲୋକ ତାଂକୁ ଏନେଇ ଜଣାଇଛନ୍ତି ।

ଚୀନ୍ ସୈନ୍ୟଙ୍କ କବଜାରେ ଥିବା ସେମାନଙ୍କର ଗୋଚର ଭୂମିକୁ ସ୍ଥାନୀୟ ଲୋକ ଯାଇ ପାରୁ ନାହାନ୍ତି । ଲଦାଖରେ ସମସ୍ତେ ଏକଥା କହୁଛନ୍ତି । ପ୍ରଧାନମନ୍ତ୍ରୀ ମିଛ କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ ଆମର ଗୋଟିଏ ଇଞ୍ଚ ବି ଜମି ଯାଇନି ।

କିଂତୁ ଏହା ସତ ନୁହେଁ । ଲଦାଖରେ ଯାହାକୁ ବି ପଚାରିଲେ ସେ ଏହି କଥା କହିବ । ଲଦାଖ ଗସ୍ତରେ ଯାଇଥିବା ବେଳେ ସୀମାରୁ ସାଂଘାତିକ ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି । ଆଜି ଲଦାଖର ୧୪ହଜାର ୨୭୦ ଫୁଟ୍ ଉଚ୍ଚରେ ପାଙ୍ଗଙ୍ଗ ସୁ କୂଳରେ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଂକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାହୁଲ ଗାନ୍ଧି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.