Below header

ଆନ୍ଧ୍ରପ୍ରଦେଶ ସିଏମ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଗିରଫ, ଭାଇ ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିବା ନେଇ ଅଭିଯୋଗ

୨୦୧୯ ମାର୍ଚ୍ଚ ୧୫ରେ ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରାଯାଇଥିଲା। ସେ ଥିଲେ ଦିବଂଗତ ସିଏମ୍‌ ଓ୍ଵାଇଏସ୍‌ ରାଜାଶେଖର ରେଡ୍ଡୀଙ୍କ ଭାଇ ତଥା ସିଏମ୍‌ ଜଗନ ମୋହନ ରେଡ୍ଡୀଙ୍କ ଚାଚା।

ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ଵାଇଏସ୍‌ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି। ଗତ ୪୮ ଘଣ୍ଟା ଭିତରେ ସିବିଆଇ ଦ୍ୱାରା ଏହା ହେଉଛି ଦ୍ୱିତୀୟ ଗିରଫଦାରୀ। ଏହାପୂର୍ବରୁ ତଦନ୍ତକାରୀ ସଂସ୍ଥା କଡପ୍ପା ସାଂସଦ ଓ୍ଵାଇଏସ୍‌ ଅବିନାଶ ରେଡ୍ଡୀଙ୍କ ଘନିଷ୍ଠ ଗଜଲା ଉଦୟ କୁମାରଙ୍କୁ ଗିରଫ କରିଥିଲା।

ରାଜ୍ୟ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ୨୦୧୯ ମାର୍ଚ୍ଚ ୧୫ ତାରିଖ ରାତିରେ ପୁଲିଭେନ୍ଦୁଲାସ୍ଥିତ ବିବେକାନନ୍ଦ ରେଡ୍ଡୀଙ୍କ ବାସଭବନରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ସମୟରେ ସେ ଘରେ ଏକୁଟିଆ ଥିଲେ।

ଏହି ମାମଲାର ପ୍ରାଥମିକ ତଦନ୍ତ ରାଜ୍ୟ ଅପରାଧ ତଦନ୍ତ ବିଭାଗର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ୱାରା କରାଯାଇଥିଲା, କିନ୍ତୁ ୨୦୨୦ ଜୁଲାଇରେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଓ୍ଵାଇଏସ୍‌ ଭାସ୍କର ରେଡ୍ଡୀଙ୍କ ବିରୋଧରେ ଆଇପିସି ଧାରା ୧୨୦ (ବି), ୩୦୨ ଓ ୨୦୧ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.