Below header

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ସିବିଆଇ

ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ ସଭାପତି ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ମିଳିଥିବା ଜାମିନ ରଦ୍ଦ କରିବା ପାଇଁ ଶୁକ୍ରବାର ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଛି । ସୂଚନାଯୋଗ୍ୟ, ଝାଡଖଣ୍ଡ ହାଇକୋର୍ଟ ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ ଦେଇଥିଲେ ।

ନୂଆଦିଲ୍ଲୀ : ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ ସଭାପତି ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ମିଳିଥିବା ଜାମିନ ରଦ୍ଦ କରିବା ପାଇଁ ଶୁକ୍ରବାର ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଛି । ସୂଚନାଯୋଗ୍ୟ, ଝାଡଖଣ୍ଡ ହାଇକୋର୍ଟ ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ ଦେଇଥିଲେ ।

ମୁଖ୍ୟ ବିଚାରପତି ଡି. ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଏକ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି ଅଗଷ୍ଟ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ଲାଲୁଙ୍କୁ ମିଳିଥିବା ଜାମିନ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ ସହ ୬୦ ଲକ୍ଷ ଟଙ୍କାର ଜରିମାନା ପଇଠ କରିବା ପାଇଁ ରାଞ୍ଜିର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ନିର୍ଦ୍ଦେଶ ଦେଇଥିଲା ।

ସ୍ୱତନ୍ତ୍ର ସିବିଆ କୋର୍ଟ ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦୋଷୀ ସାବ୍ୟସ୍ତ କରିଥିଲା । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ବିଭିନ୍ନ ସରକାରୀ ଟ୍ରେଜେରୀରୁ ପ୍ରାୟ ୯୫୦ କୋଟି ଟଙ୍କା ଅନୈତିକ ଭାବେ ଉଠାଣ କରାଯାଇଥିଲା । ଏହି ମାମଲାରେ ପ୍ରାୟ ୯୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ସେଥିମଧ୍ୟରୁ ୨୪ ଜଣଙ୍କୁ ଦୋଷମୁକ୍ତ କରାଯାଇଛି । ଅନ୍ୟ ୪୬ ଜଣ ଗତ ସପ୍ତାହରେ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁ ପ୍ରସାଦ ଯାଦବ ପୂର୍ବରୁ ଅନ୍ୟ ୪ ଟି ମାମଲାରେ ୧୪ ବର୍ଷ ଜେଲ ଦଣ୍ଡାଦେଶ ରାୟ ପାଇଥିଲେ । ଏବେ ସେ ଜାମିନରେ ଆସି ପୁଣି ଥରେ ସକ୍ରିୟ ରାଜନୀତିରେ ଭାଗ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.