Below header

ସହିଦ ପୁଅକୁ ଝୁରି ଝୁରି ଆଖି ବୁଜିଦେଲା ମା’

 ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାନପୁଅ ସହାଭରସା ସାଜି ଥିବା ବେଳେ ନକ୍ସଲ ଙ୍କ ଗୁଳିରେ ତାଙ୍କର ମଧ୍ୟ ଜୀବନ ଯାଇଛି ।  ଯାହାକୁ ସହି ପାରିନଥିଲା ମା।

ଆନନ୍ଦପୁର(କେନ୍ୟୁଜ୍):  ସହିଦ ପୁଅକୁ ଝୁରି ଝୁରି ଆଖି ବୁଜିଦେଲା ମା।  ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାନପୁଅ ସହାଭରସା ସାଜି ଥିବା ବେଳେ ନକ୍ସଲ ଙ୍କ ଗୁଳିରେ ତାଙ୍କର ମଧ୍ୟ ଜୀବନ ଯାଇଛି ।  ଯାହାକୁ ସହି ପାରିନଥିଲା ମା। ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳି ମାଡ଼ରେ ସହିଦ ହୋଇଥିଲେ ଆନନ୍ଦପୁରର ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ।  ଖବର ପାଇ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆ ସମ୍ପୂର୍ଣ୍ଣ ଭାବରେ ବେସାହାରା ହୋଇ ପଡିଥିଲେ।

ପୁଅକୁ ଝୁରି ଝୁରି ଗୁରୁତର ଅସୁସ୍ଥ ହୋଇପଡିଥିବା ମା ଙ୍କୁ ସମ୍ପର୍କୀୟ ମାନେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।କାର୍ଡିଆକ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।   ସୁଶାନ୍ତଙ୍କ ମା ଚାଲିଯିବା ପରେ ପରିବାର ପୂରା ନିଶ୍ଚିହ୍ନ ହୋଇଗଲା ପରି ଅଞ୍ଚଳବାସୀ କୋହ ଭର କଣ୍ଠରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.