Below header

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ, ବାଜି ମାରିଲେ ଝିଅ

ନୂଆଦିଲ୍ଲୀ:ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । cbse.nic.in, cbseresults.nic.in, ଓ results.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ପରୀକ୍ଷାର୍ଥୀ CBSE ଦଶମ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ତେବେ ଏଥର ମେରିଟ୍ ଲିଷ୍ଟ ଏବଂ ଟପ୍ପର ତାଲିକା ପ୍ରକାଶ କରାଯିବନି ।

ଚଳିତ ବର୍ଷ କୋଭିଡ ୧୯ ମହାମାରୀ ମଧ୍ୟରେ ସିବିଏସଇର କିଛି ପରୀକ୍ଷା ହୋଇଥିବା ବେଳେ ଆଉ କିଛି ପରୀକ୍ଷା ବାତିଲ ହୋଇଥିଲା । ବଳକା ପରୀକ୍ଷାକୁ ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ କରାଇବାକୁ ପରିଷଦ ବିଜ୍ଞପ୍ତି ପ୍ରକାଶ କରିଥିଲା । ମାତ୍ର ତାହା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ପିଲାଙ୍କ ହୋଇଥିବା ପରୀକ୍ଷାର ସର୍ବାଧିକ ମାର୍କ ଆଧାରରେ ଅନ୍ୟ ବିଷୟର ମାର୍କ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.