ଭାଇରାଲ ହେଉଛି ତିନୋଟି ଆଖି ଥିବା ଶିଶୁର ଭିଡିଓ, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ

ସୋସିଆଲ ମିଡିଆରେ ପ୍ରତ୍ଯେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଠିକ୍ ସେହିଭଳି ଏକ ଛୋଟ ଶିଶୁର ୩ଟି ଆଖି ଥିବାର ଭୟଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ପ୍ରସିଦ୍ଧ ଭାରତୀୟ ଋଷିଙ୍କ ଭବିଷ୍ଯବାଣୀ ସତ ହୋଇଥିବାର ଏହି ଭିଡିଓରେ ଦାବି କରାଯାଇଛି।

ଏହି ଭିଡିଓଟି ବର୍ତ୍ତମାନ ହ୍ବାଟ୍ସଆପ୍, ଫେସବୁକ୍ ଏବଂ ୟୁଟ୍ଯୁବରେ ଧମାଲ୍ ସୃଷ୍ଟି କରିଛି। ଭିଡିଓରେ ଦୁଇଟି ସାମାନ୍ଯ ଆଖି ସହ ମଥା ଉପରେ ଆଉ ଏକ ଆଖି ଥିବାର ଛୋଟ ପିଲାଟି ନଜର ଆସିଛି। ସବୁଠାରୁ ଆଶ୍ଚର୍ଯ୍ଯକର କଥା ହେଉଛି ପିଲାଟିର ବାମ ଆଖି ଏବଂ ମଥାରେ ଥିବା ଆଖିଟି ଏକାଠି ଗୋଟିଏ ଦିଗକୁ ନଜର କରୁଥିବାର ଦେଖିବାକୁ ମିଳିଛି।

video courtesy: 10 news India

ସୂଚନାଯୋଗ୍ଯ ଏହି ପିଲାଟି ଜର୍ମାନରେ ଜନ୍ମ ହୋଇଥିବାର ସୂଚନା ମିଳିଛି। ଏନେଇ ଭିଡିଓ ବ୍ଯତୀତ ସୋସିଆଲ ମିଡିଆରେ ଜଣେ ପ୍ରସିଦ୍ଧ ଭାରତୀୟ ଋଷି ଏକ ଅଦ୍ଭୁତ ଧରଣର ଶିଶୁ ବିଦେଶରେ ଜନ୍ମ ନେବ ବୋଲି କହିଥିବା ଦାବି କରାଯାଉଛି। ସୂଚନା ଥାଉକି ଏହି ଘଟଣାର ସତ୍ଯାସତ୍ଯ ନେଇ କୌଣସି ଠୋସ୍ ପ୍ରମାଣ ନାହିଁ। ଭିଡିଓ ଏଡିଟିଂ ଏକ୍ସପର୍ଟଙ୍କ ମୁତାବକ, ଛୋଟ ଶିଶୁଟିର ମଥାରେ ଥିବା ଆଖି ଅବିକଳ ବାମ ଆଖି ଭଳି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.