Below header

ଏଣିକି ଛୋଟ ସହରରେ ଚାଲିବ ଟ୍ରେନ, କେନ୍ଦ୍ର ଦେଲା Metrolite ର ପ୍ରସ୍ତାବ

ଏବେ ଗମନା ଗମନରେ ହେବ ସୁବିଧା କାରଣ କେନ୍ଦ୍ର ଆଣିବ ନୂଆ ମେଟ୍ରୋ ଲାଇଟ ପ୍ରେଜେକ୍ଟ। ଯେଉଁଥିରେ ଆପଣମାନେ ଏକ ଛୋଟ ସହରରୁ ଅନ୍ୟ ଏକ ସହରକୁ ସହଜରେ ଯିବା ଆସିବା କରିପାରିବେ। ଏହି ଟ୍ରେନରେ ତିନୋଟି କୋଚ ରହିବ ଏବଂ ଘଣ୍ଟା ପ୍ରତି ବେଗ ୨୫ କି.ମି ରହିବ। ମନ୍ତ୍ରାଳୟ କହିବା ଅନୁଯାୟୀ ମେଟ୍ରୋଲାଇଟ, ଯାହା ମେଟ୍ରୋ ପ୍ରଣାଳୀ ତୁଳନାରେ କମ ଖର୍ଚ୍ଚରେ ବିକଶିତ କରାଯାଇପାରିବ। ତିନୋଟି କୋଚ ଥିବା ଏହି ଟ୍ରେନରେ ୩୦୦ ଯାତ୍ରୀ ଯାତ୍ରା କରିପାରିବେ। ରିପୋର୍ଟ ଅନୁଯାୟୀ ଏହି ପ୍ରଣାଳୀ ଲାଗୁ କରିବା ପାଇଁ ସରକାର ସହାୟତା ପ୍ରଦାନ କରିଛନ୍ତି। ମେଟ୍ରୋଲାଇଟ ପ୍ରଣାଳୀରେ ରାସ୍ତାରେ ଯିବା ଆସିବା ପାଇଁ ଅନ୍ୟ ଏକ ରାସ୍ତା ତିଆରି ହେବ।

trainସୂଚନା ଅନୁଯାୟୀ ବର୍ତ୍ତମାନ ବିକଶିତ ହୋଇଥିବା ମେଟ୍ରୋ ରେଳ ପ୍ରଣାଳୀ ଉଚ୍ଚ କ୍ଷମତା ବିଶିଷ୍ଟ, ଯାହା ବଡ ବଡ ସହରରେ ଅଧିକ ଯାତ୍ରୀମାନଙ୍କ ପାଇଁ ବ୍ୟବହାର କରାଯାଇଥାଏ। ଏହି ମେଟ୍ରୋ ପ୍ରଣାଳୀର ସଫଳତା ଦେଖିବା ପରେ ବର୍ତ୍ତମାନ ଅନେକ ଛୋଟ ସହରରେ ମଧ୍ୟ ଏହି ପ୍ରଣାଳୀ ଲାଗୁ କରାଯିବ। ଭାରତୀୟ ଜନତା ପାର୍ଟି ପକ୍ଷରୁ ମେଟ୍ରୋ ନେଟୱର୍କର ଏହି ପ୍ରସ୍ତାବକୁ ୫୦ଟି ସହରରେ ବିସ୍ତାରିତ କରିବା ପାଇଁ ଶପଥ କରିଛନ୍ତି। ଏହି ମେଟ୍ରୋଲାଇଟ ପ୍ରଣାଳୀରେ ପ୍ଲାଟଫର୍ମ ସେଲ୍ଟ ରହିବ। ନିଦେର୍ଶ ପକ୍ଷରୁ ଟିକେଟ ନକରି ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ ଭାରି ଜରିମନା ପଡ଼ିପାରେ।

ଏହା ସହ ପଢନ୍ତୁ: ବିବାହ ପାଇଁ ଅନଲାଇନରେ ବୁକ୍ କରିପାରିବେ ଟ୍ରେନ୍ କିମ୍ବା ବଗି, ଜାଣନ୍ତୁ ପୂରା ନିୟମ

ଏହା ବ୍ୟତୀତ ଏଟ-ଗ୍ରେଡ ପ୍ରଣାଳୀ ସମ୍ଭବ ହେବା ପରେ ହିଁ ଏହି ମେଟ୍ରୋଲାଇଟ ସିଷ୍ଟମର ଯୋଜନା କାର୍ଯ୍ୟକ୍ଷମ ହେବ। ଏବଂ ମେଟ୍ରୋଲାଇଟ ଟ୍ରେନର ବେଗ 60 KMPH ରହିବ। କୌଣସି ପରିସ୍ଥିତିରେ ଟ୍ରେନର ବେଗ 25 Kmph ରେ ହିଁ ସୀମିତ ରହିବ। ମନ୍ତ୍ରାଳୟ ପକ୍ଷରୁ ସମ୍ବନ୍ଧିତ ନଗର ନିଗମ ଦୁଇଟି ସମାନ୍ତର ସଡକ ମଧ୍ୟରେ ମେଟ୍ରୋଲାଇଟ ଟ୍ରେନ ସଞ୍ଚାଳନ ପାଇଁ ସମସ୍ତ ସମ୍ଭାଭିତ ରସ୍ତାକୁ ପରିଚିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.