IMF ର ମୁଖ୍ୟ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ !

ଆଇଏମଏଫର ମୁଖ୍ୟ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ଏନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ରଘୁରାମ ରାଜନ ଅନ୍ତର୍ଜାତୀୟ ଅର୍ଥ ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ଦୌଡ଼ରେ ଆଗରେ ରହିଛନ୍ତି। ବ୍ରିଟେନର ବୈଦେଶିକ ମନ୍ତ୍ରାଳୟରେ ଏହି ପଦ ପାଇଁ ଚଳିତଥର କୌଣସି ଭାରତୀୟଙ୍କ ନାମ ପ୍ରସ୍ତାବ କରିବାକୁ ଦାବି ହେଉଥିବାରୁ ରାଜନଙ୍କୁ ଏହି ପଦ ମିଳିବା ନେଇ ସମ୍ଭାବନା ଦେଖାଦେଇଛି। ଆଇଏମଏଫ ମୁଖ୍ୟ ଦୌଡ଼ରେ ରାଜନଙ୍କ ବ୍ୟତୀତ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣି, ଡେଭିଡ କାମେରୁନ ସରକାରରେ ଚାନସେଲର ଥିବା ଜର୍ଜ ଓସବର୍ଣ ଓ ନେଦରଲ୍ୟାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ଜେରୋଇନଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.