Below header

ବିଶ୍ବସନୀୟତାର ବଡ଼ ଉଦାହରଣ, ୨୦୦ କିଲୋମଟିର ଚାଲି ମାଲିକ ପାଖରେ ପହଂଚିଲା କୁକୁର

କୁହାଯାଏ ସବୁଠାରୁ ବିଶ୍ବସ୍ତ ହେଉଛି କୁକୁର । ଆଉ କୁକୁରଙ୍କର ବିଶ୍ବସନୀୟତାର ଅନେକ କାହାଣୀ ଆପଣ ଶୁଣିଥିବେ । କିନ୍ତୁ ଏବେ ଋଷର ଯେଉଁ କାହାଣୀ ଆମେ କହିବୁ ତାହା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ୨୦୦ କିମି ଚାଲି ଚାଲି ନିଜ ମାଲିକ ପାଖରେ ପହଂଚିଛି ଗୋଟିଏ କୁକୁର । ଏହା ମଧ୍ୟରେ ସେ ସାଇବେରିଆର ଜଙ୍ଗଲ ଦେଇ ଜଙ୍ଗଲୀ ଜୀବ ଜନ୍ତୁଙ୍କଠାରୁ ନିଜ ଜୀବନ ବଂଚାଇ ପହଂଚିଛି ନିଜ ମାଲିକ ପାଖରେ ।

ଏହି କୁକୁରର ନାଁ ହେଉଛି ମାରୁ । ଯାହାକୁ ଆଲର୍ଜି ହୋଇଛି କହି ଛାଡିଦେଇଥିଲା ମାଲିକ । ଏହା ପରେ ମାରୁକୁ ଏକ ଟ୍ରେନରେ ରଖି ଅନ୍ୟସ୍ଥାନକୁ ପଠାଇ ଦିଆଯାଇଥିଲା । କିନ୍ତୁ ସେଠାରୁ କୌଣସି ପ୍ରକାରେ ମୁକୁଳି ଏକ ଷ୍ଟେସନରେ ଓହ୍ଲାଇ ପଡିଥିଲା ମାରୁ । ଅନ୍ଧାର ହୋଇଥିବା ସତ୍ବେ ସେଠାରୁ ସେ ପଳାଇ ଯିବାରେ ସମର୍ଥ ହୋଇଥିଲା । ଏହା ପରେ ମାରୁ ଖୋଜିବା ପାଇଁ ସର୍ଚ୍ଚ ପାର୍ଟି ତିଆରି ହୋଇଥିଲା । ତେବେ ସବୁଠାରୁ ମଜା କଥା ହେଉଛି ତାକୁ ସେହି ସ୍ଥାନରୁ ଉଦ୍ଧାର କରାଯାଇଥିଲା ଯେଉଁଠି ତାର ପୁରୁଣା ମାଲିକ ରହୁଥିଲା । ଆଉ ଯିଏ ତାକୁ ୬ ମାସ ପୂର୍ବରୁ ଛାଡି ଦେଇଥିଲା ।

ତେବେ ଉଦ୍ଧାର କରିବା ସମୟରେ ମାରୁ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ନିଜ ମାଲିକ ନିକଟକୁ ଫେରିବା ପାଇଁ ପ୍ରାୟ ୨୦୦ କିଲୋମିଟର ବାଟ ଚାଲିଥିଲା ମାରୁ । ଏତେ ବାଟ ଚାଲି ଚାଲି ଥକି ଯିବା ସହ ତାର ଗୋଟିଏ ଗୋଡ ମଧ୍ୟ ଭାଙ୍ଗିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.