Below header

ଟ୍ରକକୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର

ବଡଚଣା : ଟ୍ରକକୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଅଛି । ମୃତ ଡ୍ରାଇଭର୍ ଜଣକ ହେଉଛନ୍ତି ବ୍ରହ୍ମପୁରର କୃଷ୍ଣ ଚନ୍ଦ୍ର ମଲିକ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଟାରେ ଚଣ୍ଡିଖୋଲ ପଟୁ ଆସୁଥିବା ଏକ ଆଇରନ୍ ବୋଝେଇ ଟ୍ରକ୍ ଅନ୍ୟଏକ ଟ୍ରକକୁ କଡ଼େଇପଦର ଛକ ନିକଟରେ ପଛପଟୁ ଧକା ଦେଇଥିଲା । ଫଳରେ ଡ୍ରାଇଭର ଏବଂ ହେଲପର ଗାଡି ଭିତରେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ଘଟଣାସ୍ଥଳରେ ପହଂଚି ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.