ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ: ସତ ଲୁଚାଇବା ପାଇଁ ମାରିଦେବାକୁ ପ୍ରୟାସ

ପ୍ରଥମେ  ଦୁଷ୍କର୍ମ ପରେ ଅପରାଧ ଲୁଚାଇବାକୁ ହତ୍ଯା ପ୍ରୟାସ । ଆଉ ଅପରାଧ କରିଥିବା ବ୍ଯକ୍ତି ଆଉ କେହି ନୁହେଁ ଦ୍ବିତୀୟ ଭଗବାନ ବୋଲାଉଥିବା ଡାକ୍ତର । ଘଟଣାଛି ଘଟିଛି ଉତ୍ତର ପ୍ରଦେଶର ଇଟାୱା ସ୍ଥିତି ପିଜିଆଇ ମେଡିକାଲରେ । ଉକ୍ତ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ବିଷ ଦେଇ ମାରିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି। 

ସୂଚନା ମୁତାବକ, ପଞ୍ଜାବର ଲୁଧିଆନାରେ ମେଡିକାଲ ଛାତ୍ରୀ ଶୈଳେଜାଙ୍କ ଘର। ଡାକ୍ତରୀ ପାଠ ପଢିବା ପାଇଁ ଶୈଳେଜା ଇଟୱାର ପିଜିଆଇ ମେଡିକାଲ କଲେଜରେ ମାଷ୍ଟର ଅଫ୍ ସର୍ଜରୀରେ ନାମ ଲେଖାଇଥିଲେ। ଏଠାରେ ଥିବା କିଛି ସିନିଅର ଡାକ୍ତର ତାଙ୍କୁ ମିଛ ବନ୍ଧୁତ୍ବ କରି ଶୈଳେଜାଙ୍କୁ ଯୌନ ଶୋଷଣ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେମାନଙ୍କ ସତ ଧରାପଡିଯିବା ଭୟରେ ଶୈଳେଜାଙ୍କୁ ଦୁଷ୍କର୍ମ କରି ତାଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ଗତ ତିନି ଧରି ଶୈଳେଜା ଜୀବନ ଏବଂ ମୃତ୍ୟୁ ସହ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି। ତାଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇବା ପାଇଁ ପୁଲିସ ନିକଟରେ ଗୁହାରୀ କରାଯାଇଛି।

ଏହା ସହ ପଢନ୍ତୁ: ବିବାହ ପାଇଁ ଅନଲାଇନରେ ବୁକ୍ କରିପାରିବେ ଟ୍ରେନ୍ କିମ୍ବା ବଗି, ଜାଣନ୍ତୁ ପୂରା ନିୟମ

ଏହି ଘଟଣାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହା ଏକମାସରେ ନିଜର ରିପୋର୍ଟ ପ୍ରଦାନ କରିବ ବୋଲି ମେଡିକାଲ କଲେଜର ଭାଇସ ଚାନସଲର ପ୍ରଫେସର ରାଜକୁମାର କହିଛନ୍ତି। ଦୋଷୀକୁ ଉଚିତ ଦଣ୍ଡ ମଧ୍ୟ ମିଳିବ ବୋଲି ମଧ୍ୟ ସେ ଆଶ୍ବାସନା ଦେଇଛନ୍ତି।

Leave A Reply

Your email address will not be published.