Below header

ଗଞ୍ଜାମ : କେନାଲରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁ ନିକଟ ଏକ କେନାଲରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖଲ୍ଲିକୋଟ- କୋଦଳା ରାସ୍ତାର ମଥୁରା ଭରଷା ଗାଁ ମଝିରେ ଥିବା ବଡ଼ ଶଙ୍ଖ ନିକଟରେ ଶିଶୁ କନ୍ୟାର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଜନ୍ମ ପରେ ଏହି ନବଜାତ ଶିଶୁ କନ୍ୟାକୁ କେହି ଏଠାରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଥିବା ବେଳେ କେଉଁ ପରିସ୍ଥିତିରେ ଏଠାରେ ଫୋପାଡ଼ିଲେ ଓ କିଏ ତାହା ସ୍ପଷ୍ଟ ହୋଇନାହିଁ । ଗାଁ ଲୋକଙ୍କଠାରୁ ପ୍ରଶାସନ ଖବର ପାଇବା ପରେ ଖଲ୍ଲିକୋଟ ତଦସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.