Below header

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ବରଯାତ୍ରୀ ଗାଡିକୁ ଧକ୍କା ମାରିଲା ମିନିଟ୍ରକ, ୯ ମୃତ ଅନେକ ଗୁରୁତର

ଉତ୍ତରପ୍ରଦେଶର ହାପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତି ସାଢ଼େ ୧୧ ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପିକଅପ୍ ଭ୍ୟାନରେ ବିବାହ ସମାହରୋହରୁ ଫେରୁଥିବାବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି। ଏହି ଦୁର୍ଘଟଣାରେ ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଅଛନ୍ତି।

hapurସୂଚନା ଅନୁଯାୟୀ ହାପୁରର ସାଲେପୁର କୋଟଲା ଗ୍ରାମ ନିବାସୀ ମେହରବାନଙ୍କ ଝିଅ ଗୁଲିଫସାର ଗତକାଲି ମେରଠରେ ବିବାହ ଥିଲା। ବରଯାତ୍ରୀ ମାନେ ମେରଠରୁ ହାପୁର ଆସିଥିଲେ। ବାହାଘର ସରିବା ପରେ କିଛି ବରଯାତ୍ରୀ ମହିନ୍ଦ୍ରର ପିକଅପ ଗାଡିରେ ଫେରୁଥିଲେ। ହାଇୱେରେ ଦ୍ରୁତଗତିରେ ଆସୁଥିବା ମିନି ଟ୍ରକ ପିକଅପ ଗାଡିକୁ ଧକ୍କା ମାରିଥିଲା। ଯାହା ଫଳରେ ଗାଡିଟି ଓଲଟି ପଡିଲା ଏବଂ ଅନେକ ଲୋକ ଗାଡି ତଳେ ଚାପି ହୋଇଗଲେ। ଦୁର୍ଘଟଣା ଘଟିବା ପରେ ମିନି ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଦୁର୍ଘଟଣାରେ ନଅ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.