ଜାଣିଛନ୍ତି କି କମ୍ପ୍ୟୁଟର କିବୋର୍ଡରେ ସବୁ ଅକ୍ଷର କାହିଁକି କ୍ରମରେ ନଥାନ୍ତି? ଜାଣନ୍ତୁ କ’ଣ ହୋଇପାରେ ଏହାର କାରଣ

କମ୍ପ୍ୟୁଟରର ଆବିଷ୍କାର ୧୯ତମ ଶତାଦ୍ଦୀରେ ଚାଲ୍ସ ବେବେଜ୍ ନାମକ ଜଣେ ପ୍ରସିଦ୍ଧ ଗଣିତଜ୍ଞ ପ୍ରଫେସରେ କରିଥିଲେ । ଏଥିପାଇଁ ତାଙ୍କୁ କମ୍ପ୍ୟୁଟରର ଜନକ ବୋଲି ମଧ୍ୟ କୁହାଯାଇଥାଏ । କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ କମ୍ପ୍ୟୁଟରରେ ବହୁ ପରିବର୍ତ୍ତନ ଆସିଛି। ଆପଣ ଅଙ୍ଗୁଠି ପରି କ୍ଷିପ୍ର ବେଗରେ କମ୍ପ୍ୟୁଟରର କି ବୋର୍ଡକୁ ଚଲାଇଥାନ୍ତି ଏବଂ ସେତିକି କ୍ଷିପ୍ର ଗତିରେ ମଧ୍ୟ କମ୍ୟୁଟରରେ ସୂଚନା ଆଦାନ ପ୍ରଦାନ ମଧ୍ଯ ହୋଇଥାଏ । କଣ ଆପଣ କେବେ ଚିନ୍ତା କରିଛନ୍ତି କି କମ୍ୟୁଟରରେ ଥିବା କିବୋର୍ଡର ସବୁ ଅକ୍ଷର କ୍ରମାନୁସାରେ କାହିଁକି ନଥାଏ?

computer1ଯଦି ଜାଣିନାହାନ୍ତି ତେବେ ଜାଣନ୍ତୁ କାହିଁକି କିବୋର୍ଡର ସବୁ ଅକ୍ଷର ଏପରି ଭାବେ ରହିଥାନ୍ତି:

କିବୋର୍ଡର ବ୍ୟବହାର ପାଖାପାଖି ଆମେ ସମସ୍ତେ କରିଥାନ୍ତି । ଅଫିସରେ ବସିକି କରିଥାଉ କିମ୍ବା ଘରେ । କିବୋର୍ଡ ଏବଂ ମୋବାଇଲର କିପ୍ୟାଡରେ ପ୍ରାରମ୍ଭିକ ଅକ୍ଷର QWERTY ରୁ ଆରମ୍ଭ ହୋଇଥାଏ । କ୍ରିଷ୍ଟୋପର ସ୍ବାଲସ୍ କ୍ବାର୍ଟି କିବୋର୍ଡର ରୂପରେଖ ପ୍ରସ୍ତୁତ କରିଥିଲେ । ସବୁଠାରୁ ପ୍ରଥମେ ୧୮୭୪ ମସିହାରେ ଟାଇପରାଇଟରରେ ଶବ୍ଦର ବ୍ୟବହାର ଏହିପରି ହୋଇଥାଏ । ସେତେବେଳ ସମୟରେ ଏହାକୁ ରେମିଂଟନ୍-୧ ନାମରେ ଜଣାଯାଉଥିଲା ।

ଏହାସହ ପଢନ୍ତୁ : ବିଶ୍ବର ସବୁଠାରୁ ସୁରକ୍ଷିତ ଘର, ଯାହା ଉପରେ ପରମାଣୁ ବୋମାର ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ

computerଯେତେବେଳେ ସ୍ବାଲସ୍ ଶବ୍ଦର ପଦ୍ଧତି ଏବଂ କ୍ରମର ନିଦ୍ଧାରଣ କରିଥିଲେ ସେତେବେଳେ ସେ ଏହା ଜାଣିବାକୁ ପାଇଥିଲେ କି, ଯେତେବେଳେ କ୍ରମକୁ ସିଧା ରଖା ଯାଉଛି ସେହି ସମୟରେ ବଟନ୍ ଜାମ୍ ହୋଇଯାଉଛି ଏବଂ ଗୋଟେ ପରେ ଗୋଟେ ବନଟ୍ ଚିପିବା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ସେହି ସମୟରେ ଟାଇପରାଇଟରରେ ବ୍ୟାକସ୍ପେସ୍ ର ବଟନ ନଥିଲା । ଏହା କାରଣରୁ କିବୋର୍ଡ ରେ କ୍ବାର୍ଟି(QWERTY )ଶଦ୍ଦର ବ୍ୟବହାର ଆରମ୍ଭ ହୋଇଥିଲା । ଯାହାଫଳରେ ଟାଇପ୍ କରିବାରେ ସବୁଧା ହେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.