ଢେଙ୍କାନାଳ : ମେଡିକାଲରେ ମଦ

ଢେଙ୍କାନାଳ : ମେଡିକାଲରେ ପରିସରରେ ମଦ କାରବାର। ଅବାଧରେ ମଦ କାରବାର ଚାଲିଥିଲେ ବି କାହାର ନିଘା ନାହିଁ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଭୁବନ ବ୍ଲକ ମହୁଲପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଦା ହୋଇଛି ମଦ ଜାରକିନ। ମେଡିକାଲ ୱାର୍ଡର ପଛପାଖେ ବିପୁଳ ପରିମାଣର ମଦ ରଖାଯାଇଥିବା ବେଳେ ଖବର ପାଇ ପହଞ୍ଚିଥିଲେ କିଛି ଗଣମାଧ୍ୟମ। ଏହା ପରେ କିଛି ମଦ ମାଫିଆ ଆସି ଏହାକୁ ବୋହି ନେଇ ଯାଇଥିଲେ। ତେବେ ଏହାର ଭିଜୁଆଲ ରେକର୍ଡ ହୋଇଛି । ମେଡିକାଲରେ ମଦକାରବାର ଚାଲିଥିବା ନେଇ ସ୍ୱୀକାର କରିଛନ୍ତି ଏଠାକାର ଫାର୍ମାସିଷ୍ଟ । ଖବର ପାଇ ଭୁବନ ପୋଲିସ କିଛି ମଦ ଜାରକିନ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.