ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ, ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ବେଞ୍ଚ ଗଠନ

କେନ୍ୟୁଜ୍ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଯାହାକୁ ଜଷ୍ଟିସ ରଞ୍ଜନ ଗୋଗୋଇ ଖଣ୍ଡନ କରିଛନ୍ତି। ଏହାସହ ମାମଲାର ଶୁଣାଣି ପାଇଁ ଗଠନ କରିଛନ୍ତି ଏକ ସ୍ୱତନ୍ତ୍ର ବେଞ୍ଚ। ଶନିବାର ସତ୍ତ୍ୱେ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି ପ୍ରଧାନ ବିଚାରପତି । ୩ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଅଧ୍ୟକ୍ଷ ରହିଥିବା ବେଳେ ଜଷ୍ଟିସ ଅରୁଣ ମିଶ୍ରା ଓ ଜଷ୍ଟିସ ସଂଜୀବ ଖାନ୍ନା ସଦସ୍ୟ ରହିଛନ୍ତି। ମାମଲାର ଶୁଣାଣି ବେଳେ ଜଷ୍ଟିସ ଗୋଗୋଇ କହିଛନ୍ତି, ନ୍ୟାୟପାଳିକା ଆଜି ବିପଦଜନକ ସ୍ଥିତିରେ ରହିଛି। ନ୍ୟାୟପାଳିକା ପ୍ରତି ଘୋର ବିପଦ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଆସନ୍ତା ସପ୍ତାହରେ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଥିବାରୁ ପ୍ରଧାନବିଚାରପତିଙ୍କ କାର୍ଯ୍ୟାଳୟରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ ହେଉଥିବା ସେ କହିଛନ୍ତି। ଯଦି ବିଚାରପତିମାନଙ୍କୁ ଏଭଳି ପରିସ୍ଥିତିରେ କାମ କରିବାକୁ ପଡ଼େ, ତେବେ ନ୍ୟାୟପାଳିକାକୁ ଉତ୍ତମ ଲୋକ ଆସିବେ ନାହିଁ। ୨୦୧୮ରେ ଜଷ୍ଟିସ ଗୋଗୋଇଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ଆଣିଥିଲେ। ଏହା ପରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା ବୋଲି ୨୨ଜଣ ଜଜ୍‌ଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ। ଏହି ଖବର ଏକ ୱେବସାଇଟରେ ପ୍ରକାଶ ପାଇବା ପରେ ବିବାଦ ଉଠିଥିଲା। ପୂର୍ବରୁ ମହିଳାଙ୍କର ଅପରାଧିକ ପୃଷ୍ଟଭୂମି ରହିଥିବା ଓ ତାଙ୍କ ବିରୋଧରେ ମାମଲା ମଧ୍ୟ ରହିଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.