Below header

ସ୍ତ୍ରୀ କପଡା ସଫା କରୁଥିବା ବେଳେ ନିଜ ଛୁଆକୁ ୱାସିଙ୍ଗ ମେସିନ ଭିତରେ ଦେଖିଲେ ସ୍ବାମୀ, ଆଉ ତାପରେ ଯାହା ହେଲା

ଏମିତିରେ ଆମେ ମାନେ ତ ୱାସିଙ୍ଗ ମେସିନରେ କପଡା ଧୋଇଥାନ୍ତି, ହେଲେ ଯଦି ଅଚାନକ ଆପଣଙ୍କ ଛୁଆ ସେଥିରେ ପଡିଯାଇଥିବାର ଦେଖାଯାଏ ତ? ସ୍ବାଭାବିକ କଥା ଆପଣଙ୍କ ଲୋମଟାଙ୍କୁରୀ ଉଠିବ । ଏମିତି ହିଁ କିଛି ଘଟଣା ଘଟିଛି ଜଣେ ପିତାଙ୍କ ସହିତ । ଯେତେବେଳେ ତାଙ୍କ ନଜର ୱାସିଙ୍ଗ ମେସିନ୍ ଉପରେ ପଡିଥିଲା ସେତେବେଳେ ସେ ହଠାତ୍ ହତବାକ୍ ହୋଇଯାଇଥିଲେ । କାରଣ ମେସିନ୍ ଭିତରେ ତାଙ୍କ ଛୁଆର ମୁହଁଟି ଦେଖାଯାଉଥିଲା। ସେହି ସମୟରେ ତାଙ୍କ ପତ୍ନୀ କପଡା ସଫା କରୁଥିଲେ ।

ତେବେ ଖୁସିର କଥା ହେଉଛି କି ସେ ଯାହାକୁ ୱାସିଙ୍ଗ ମେସିନ୍ ଭିତରେ ଦେଖୁଥିଲେ ସେ ପ୍ରକ୍ରୁତରେ ତାଙ୍କର ଛୁଆ ନୁହେଁ ବରଂ ଛୁଆର ଫଟୋ ପ୍ରିଣ୍ଟ ଥିବା ଏକ ଟି-ସର୍ଟ ଥିଲା । ଯାହା ଜାଣିବାପରେ ବ୍ଯକ୍ତି ଜଣଙ୍କ ଦୀର୍ଘ ନିଶ୍ବାସ ମାରିଥିଲେ ଏବଂ ନିଜର ଫୋନରେ ସେହି ସମୟର ଏକ ଫଟୋ ଉଠାଇ ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ୟୁଜର୍ସ ମାନେ ମଜାଳିଆ କମେଣ୍ଟ ମଧ୍ଯ ପଠାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.