Below header

ଅରୁଣାଚଳ ପ୍ରଦେଶରେ ଚୀନ୍‌ ବସାଉଛି ଗାଁ : ପୁଣି କହିଲା ଏହା ତା’ର ନିଜର ଅଞ୍ଚଳ

ବେଜିଂ :  ଚୀନ୍‌ ପୁଣି ଥରେ ତା’ର ବିଶ୍ୱାସ ଘାତକତାର ପରିଚୟ ଦେଇଛି । ଭାରତର ନଜର ଆଢ଼ୁଆଳରେ ଅରୁଣାଚଳ ପ୍ରଦେଶରେ ପୁଣି ଗାଁ ବସାଇବା ପ୍ରକ୍ରିୟା ଜାରି ରଖିଛି । ଏହି ଘଟଣା ଜଣାପଡ଼ିବା ପରେ ଚୀନ ତା’ର ସଫେଇରେ ଅରୁଣାଚଳ ପ୍ରଦେଶ ତା’ର ବୋଲି କହିଛି । ଚୀନ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି କଥା କୁହାଯାଇଛି । ଜଙ୍ଗନାନ୍‌ ଅଞ୍ଚଳ ଆମର ଏବଂ ଆମେ ଅରୁଣାଚଳ ପ୍ରଦେଶକୁ କେବେ ବି ମାନ୍ୟତା ଦେଇନାହୁଁ ବୋଲି ଚୀନ୍‌ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନ୍‌ୟିଙ୍ଗ୍‌ ପ୍ରେସ୍‌କୁ ସମ୍ବୋଧନ ବେଳେ ଏହା କହିଛନ୍ତି ।

China-Arunachal-village
photo credit: Times Now

ଚୀନ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ବୋଲି ଦର୍ଶାଉଥିବାବେଳେ ଭାରତ ଏହାକୁ ନିଜର ଅଭିନ୍ନ ଏବଂ ଅଖଣ୍ଡ ଅଂଶ ବୋଲି କହିଆସୁଛି। ଚୁନୟିଙ୍ଗ କହିଛନ୍ତି ଯେ, ଆମ ନିଜ ଅଞ୍ଚଳରେ ଚୀନର ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସ୍ବାଭାବିକ କଥା। ଏହା ବେଆଇନ୍‌ ନୁହେଁ କାରଣ ଏହି ଅଞ୍ଚଳ ଆମର ଅଟେ।

china spokes person
photo credit:France 24

ପ୍ରକାଶଯୋଗ୍ୟ, ପୂର୍ବରୁ ଭୁଟାନ ରେ ଚୀନ୍‌ ଘର ବସାଇଥିବା ବେଳେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ସ୍ୱତନ୍ତ୍ର ଗାଁ ବସାଉଥିବା ଖବର ଜଣାପଡ଼ିଛି । ଯାହାକି ଭାରତୀୟ ଅଞ୍ଚଳର ୪.୫ କିଲୋମିଟର ଭିତରେ ଏହି ଗାଁ ନିର୍ମାଣ ହେଉଛି । ସମ୍ପୃକ୍ତ ଅଞ୍ଚଳ ଚୀନ ଓ ଭାରତର ବିବାଦୀୟ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ତଥାପି ଚୀନ୍‌ ଜୋର ଜବରଦସ୍ତ ଏଠାରେ ଘର ତିଆରି କରୁଛି । ନଭେମ୍ବର ମାସ ସୁଦ୍ଧା ସେଠାରେ ଚୀନ ୧୦୦ରୁ ଉର୍ଦ୍ଧ୍ୱ ଘର ତିଆରି କରିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.