ସେରମ୍‌ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା: ଚାଲିଗଲା ୫ ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ର ପୁନେର ସେରମ୍‌ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ସୂଚନା। ଇନଷ୍ଟିଚ୍ୟୁଟର ନୂଆ ବିଲ୍ଡିଂରେ ଲାଗିଥିଲା ନିଆଁ । ଏସଇଜେଡ ବିଲିଂର ନୂଆ ପ୍ଲାଣ୍ଟର ଚତୁର୍ଥ ଓ ପଞ୍ଜମ ମହଲାରେ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ନିଆଁକୁ ଆୟତ୍ତ କରି ୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ପୁଣେର ମେୟର ମୁରଲୀଧର ମୋହର।  ନିଆଁ ଲାଗିଥିବା ବେଳେ ଭିତରେ କେହି ଫସି ନଥିବା ନେଇ ସୂଚନା ମିଳିଥିଲା । କିନ୍ତୁ   ପରେ ଭିତରେ ୪ଜଣ ଫସିରହିଥିବା ନେଇ ଖବର ମିଳିଥିଲା। ଏବେ ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ଜଣଙ୍କ ମୃତଦେହ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.