Below header

“ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧” ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଚଳିତ ବର୍ଷର “ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧” ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଏହା ହେଉଛି ପୂର୍ବ ଭାରତର ସବୁଠାରୁ ବୃହତମ ମେଳା | ମେଳାରେ ଯୋଗ ଦେଉଥିବା ଲୋକଙ୍କୁ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଓଡିଶା ହେଉଛି କଳା ଓ ସଂସ୍କୃତିର ଭୂମି | ଏହାର ମାଟିରେ ଭରି ରହିଛି ଉତ୍କର୍ଷତା | ଓଡିଆ କାରିଗର ହିଁ କୋଣାର୍କ ପରି ବିସ୍ମୟ ସୃଷ୍ଟି କରିପାରେ ।

naveen pattanayak

ଆମ କାରିଗର ମାନଙ୍କର ଦକ୍ଷତାର ତୁଳନା ନାହିଁ । ଏଥିସହିତ ସେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ମେଳାରେ ଭାଗନେଇଥିବା ବେଳେ ହସ୍ତଶିଳ୍ପ କାରିଗର ଏବଂ ବୁଣାକାର ମାନଙ୍କୁ ଉତ୍ସାହିତ କରିଥିଲେ | ଏହା ସହିତ ସମସ୍ତଙ୍କୁ କୋଭିଡ ନିୟମକୁ ଅନୁପାଳନ କରିବାକୁ ନିବେଦନ କରିଛନ୍ତି । ଏହି ମେଳା ଜାନୁଆରୀ ୨୧ ତାରିଖ ଠାରୁ ଆରମ୍ଭ ହୋଇ ଫେବୃୟାରୀ ୪ ତାରିଖ ୨୦ ୨୧ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୧୫ ଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ମୋଟ ୨୫୦ ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ଖୋଲା ଯାଇଅଛି ।

ଏଥିରେ ଆମ ରାଜ୍ୟର ପ୍ରାୟ ୧୭୦ ଏବଂ ବାହାର ରାଜ୍ୟର ପ୍ରାୟ ୮୦ ଜଣ ହସ୍ତଶିଳ୍ପୀ ଓ ବୁଣାକାର ମାନେ ଯୋଗ ଦେଇଅଛନ୍ତି । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ପରିଦର୍ଶକ ମାନଙ୍କ ସମାବେଶକୁ ଏଡେଇବା ପାଇଁ ମେଳାରେ କୌଣସି ସଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯାଇ ନାହିଁ । ମେଳାକୁ ପ୍ରବେଶ କରୁଥିବା ସମସ୍ତ ଦର୍ଶକଙ୍କର କୋଭିଡ ନିୟମ ଅନୁସାରେ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ମାନ ସ୍ଥାପନ କରାଯାଇଅଛି । ଦର୍ଶକ ମାନଙ୍କୁ ସାମାଜିକ ଦୂରତା ବଜାୟ ରଖୁବା ସହିତ ମାସ୍କ ପିନ୍ଧିବାକୁ ନିବେଦନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.