Below header

ଚିରାଗ ପାସଓ୍ଵାନଙ୍କ ବଡ଼ ଘୋଷଣା, ବାପା ରାମବିଳାସଙ୍କ ପାରମ୍ପରିକ ହାଜିପୁର ଆସନରୁ ଲଢ଼ିବେ ନିର୍ବାଚନ

ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ ନିଜ ବାପା ରାମବିଳାସଙ୍କ ପାରମ୍ପରିକ ହାଜିପୁର ଆସନରୁ ନିର୍ବାଚନ ଲଢ଼ିବେ । ବୁଧବାର ସେ ଏହି ଘୋଷଣା କରିଛନ୍ତି ।

ବିହାରରେ ଏନ୍‌ଡିଏର ସିଟ୍ ବଣ୍ଟନର ଦୁଇ ଦିନ ପରେ ଚିରାଗ ପାସୱାନ ଏକ ବଡ଼ ଘୋଷଣା କରିଛନ୍ତି । ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ ନିଜ ବାପା ରାମବିଳାସଙ୍କ ପାରମ୍ପରିକ ହାଜିପୁର ଆସନରୁ ନିର୍ବାଚନ ଲଢ଼ିବେ । ବୁଧବାର ସେ ଏହି ଘୋଷଣା କରିଛନ୍ତି ।

ଖାସ୍‌ କଥା ହେଉଛି, ଚିରାଗଙ୍କ ବାପା ସ୍ୱର୍ଗତ ରାମବିଳାସ ପାସୱାନ ହାଜିପୁର ଆସନରୁ ୯ ଥର ସାଂସଦ ଥିଲେ । ୧୯୭୭ ନିର୍ବାଚନରେ ରାମବିଳାସ ଜନତା ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେହି ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ୪.୨୫ ଲକ୍ଷ ଭୋଟ ବ୍ୟବଧାନରେ ହରାଇଥିଲେ । ପ୍ରଥମ ଥର କୌଣସି ଜଣେ ନେତା ଏତେ ବଡ ବିଜୟ ହାସଲ କରିଥିଲେ । ଏହି ବିଜୟ ଏତେ ବଡ ଥିଲା ଯେ ତାଙ୍କ ନାମ ଗିନିଜ ବୁକ୍‌ରେ ମଧ୍ୟ ରେକର୍ଡ ହୋଇଥିଲା ।

ସୂଚନାଥାଉ କି, ଦୁଇ ଦିନ ପୂର୍ବେ ଅର୍ଥାତ୍‌ ମାର୍ଚ୍ଚ ୧୮ରେ ବିହାର ଲୋକସଭା ଆସନକୁ ନେଇ ଏନ୍‌ଡିଏରେ ବିଭାଜନ ହୋଇଥିଲା । ଏଥିରେ ବିଜେପି ୧୭ଟି ଆସନରେ ନିର୍ବାଚନ ଲଢ଼ୁଛି । ଜେଡିୟୁ ୧୬ଟି ଆସନ ପାଇଥିବା ବେଳେ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)କୁ ମିଳିଛି ୫ଟି ଆସନ । ଏହି ଆସନଗୁଡ଼ିକ ହେଲା, ବୈଶାଳୀ, ହାଜିପୁର, ସମସ୍ତିପୁର, ଖଗଡ଼ିଆ ଓ ଜାମୁଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.