ମେଣ୍ଟ ପ୍ରସଙ୍ଗରେ ଅମିତ ଶାହଙ୍କ ବଡ଼ ପ୍ରତିକ୍ରିୟା, ବିଜେପି ସଭାପତି ନେବେ ନିଷ୍ପତ୍ତି

ଓଡ଼ିଶାରେ ମେଣ୍ଟ ପ୍ରସଙ୍ଗ ନେଇ ବଡ଼ ପ୍ରତିକ୍ରିୟା । ମେଣ୍ଟ ନିଷ୍ପତ୍ତି ନେବେ ବିଜେପି ସଭାପତି । ରାଇଜିଂ ଭାରତ ସମିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି । ଶାହ କହିଛନ୍ତି, ପ୍ରଥମେ ମେଣ୍ଟ ହେବ କି ନାହିଁ ନିଷ୍ପତ୍ତି ହେଉ ।

ନୂଆଦିଲ୍ଲୀ : ଓଡ଼ିଶାରେ ମେଣ୍ଟ ପ୍ରସଙ୍ଗ ନେଇ ବଡ଼ ପ୍ରତିକ୍ରିୟା । ମେଣ୍ଟ ନିଷ୍ପତ୍ତି ନେବେ ବିଜେପି ସଭାପତି । ରାଇଜିଂ ଭାରତ ସମିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି । ଶାହ କହିଛନ୍ତି, ପ୍ରଥମେ ମେଣ୍ଟ ହେବ କି ନାହିଁ ନିଷ୍ପତ୍ତି ହେଉ । ଓଡ଼ିଶାରେ ମେଣ୍ଟ ନିଷ୍ପତ୍ତି ବିଜେପି ସଭାପତି ନେବେ । ଓଡ଼ିଶାରେ ଆମର ଶକ୍ତି ବଢ଼ିବ । ଉଭୟ ଲୋକସଭା ଓ ବିଧାନସଭାରେ ଶକ୍ତି ବଢିବ ।

ଏଥିସହିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଭଲପାଇବା ଅଛି । ଏଥର ନିର୍ବାଚନରେ ବିଜେପି ଆହୁରି ଅଧିକ ସଶକ୍ତ ହେବ । ନିଶ୍ଚିତରୂପେ ଓଡିଶାର ବିଧାନସଭା ଓ ଲୋକସଭା ସିଟରେ ବିଜେପିର ସିଟ୍ ବଢିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ଶାହା । ବିଜେଡି ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଆସୁଛି ବୋଲି ଶାହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.