ମହାରାଷ୍ଟ୍ରର ପରଭଣିରେ ବଡ଼ ଦୁର୍ଘଟଣା, ବ୍ରିଜ୍‌ରୁ ତଳକୁ ଖସିଲା ବସ୍‌; ୩୦ ଯାତ୍ରୀ ଆହତ

ମହାରାଷ୍ଟ୍ରର ପରଭଣି ଜିଲ୍ଲାରେ ବୁଧବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ରାଜ୍ୟ ପରିବହନ ବିଭାଗର ଏକ ବସ୍ ବ୍ରିଜ ତଳକୁ ଖସିପଡ଼ିଛି ।

ମହାରାଷ୍ଟ୍ରର ପରଭଣି ଜିଲ୍ଲାରେ ବୁଧବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ରାଜ୍ୟ ପରିବହନ ବିଭାଗର ଏକ ବସ୍ ବ୍ରିଜ ତଳକୁ ଖସିପଡ଼ିଛି । ଫଳରେ ବସ୍‌ରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଦୁର୍ଘଟଣା ସମୟରେ ବସ୍ ପରଭଣିର ଜିନ୍ତୁରରୁ ସୋଲାପୁର ଅଭିମୁଖେ ଯାଉଥିଲା ।

ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି । ମୁମ୍ବାଇଠାରୁ ପାଖାପାଖି ୫୦୦ କିଲୋମିଟର ଦୂର ପରଭଣିର ଜିନ୍ତୁର ତାଲୁକା ଅନ୍ତର୍ଗତ ଅକୋଲିରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ପୋଲିସ ଅଧୀକ୍ଷକ ରବିନ୍ଦ୍ର ସିଂ ପରଦେଶୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଏବଂ ସମସ୍ତଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଆହତ ଯାତ୍ରୀଙ୍କୁ ପ୍ରଥମେ ଜିନ୍ତୁର ଏବଂ ପରେ ପରଭଣିର ଏକ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କହି ରଖୁଛୁ, ଏହାପୂର୍ବରୁ ମହାରାଷ୍ଟ୍ରର ଲାତୁର ଜିଲ୍ଲାର ଔସାରେ ମଧ୍ୟ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏଠାରେ ଏକ ଦ୍ରୁତଗାମୀ କାର୍‌ ରାସ୍ତା କଡ଼ରେ ଥିବା ଏକ ହୋଟେଲ ଭିତରେ ପଶିଯାଇଥିଲା । ଏହି ଦୁର୍ଘଟଣାରେ ହୋଟେଲ କର୍ମଚାରୀଙ୍କ ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ କାର୍‌ରେ ଥିବା ୨ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.