‘ଠୋକୋ ତାଲି…’ ଆଇପିଏଲ ୨୦୨୪କୁ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ, କମେଣ୍ଟ୍ରି ହେବ ଜୋରଦାର

ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଥିବା ଟି୨୦ କ୍ରିକେଟ ମହାକୁମ୍ଭକୁ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ । ଆଇପିଏଲର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋଟର୍ସ ଚଳିତ ସିଜିନ ପାଇଁ ହିନ୍ଦୀ ଏବଂ ଇଂଲିଶ ଟିଭି କମେଣ୍ଟ୍ରି ପାଇଁ ପ୍ୟାନେଲ ଘୋଷଣା କରିଛି । ଏଥିରେ ସିଦ୍ଧୁଙ୍କ ନାମ ସାମିଲ ରହିଛି ।

ଆଇପିଏଲ୍‌ ୧୭ତମ ସିଜିନ ଖୁବଶୀଘ୍ର ଆରମ୍ଭ ହେଉଛି । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଥିବା ଟି୨୦ କ୍ରିକେଟ ମହାକୁମ୍ଭକୁ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ । ଆଇପିଏଲର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋଟର୍ସ ଚଳିତ ସିଜିନ ପାଇଁ ହିନ୍ଦୀ ଏବଂ ଇଂଲିଶ ଟିଭି କମେଣ୍ଟ୍ରି ପାଇଁ ପ୍ୟାନେଲ ଘୋଷଣା କରିଛି । ଏଥିରେ ସିଦ୍ଧୁଙ୍କ ନାମ ସାମିଲ ରହିଛି । ଏକ ଦଶକ ପରେ କମେଣ୍ଟ୍ରି ବକ୍ସକୁ ଫେରୁଛନ୍ତି ସିଦ୍ଧୁ । ନବଜୋତ ସିଂ ସିଦ୍ଧୁ ପୂର୍ବରୁ ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କମେଣ୍ଟ୍ରି କରୁଥିଲେ । କ୍ରିକେଟ ଛାଡିବା ପରେ କମେଣ୍ଟ୍ରି କରୁଥିଲେ ।

ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ସିଦ୍ଧୁଙ୍କ ବ୍ୟତୀତ ହରଭଜନ ସିଂ, ଇରଫାନ ପଠାନ, ସୁନୀଲ ଗାଭସ୍କର, ସଞ୍ଜୟ ମଞ୍ଜେରକର, ଓ୍ଵାସିମ ଜାଫର, ଗୁରକିରତ ମାନ, ରବି ଶାସ୍ତ୍ରୀ, ଇମରାନ ତାହିର, ଅମ୍ବାତି ରାୟଡୁ, ବରୁଣ ଅରାନ, ମିତାଲୀ ରାଜ, ମହମ୍ମଦ କୈଫ, ଉନ୍ମୁକ୍ତ ଚାନ୍ଦ, ଜତିନ ସପ୍ରୁ, ଦୀପ ଦାସଗୁପ୍ତା, ରଜତ ଭାଟିଆ, ବିବେକ ରାଜଦାନ, ରମନ ପଦ୍ମଜିତ । ଗାଭାସ୍କର, ଶାସ୍ତ୍ରୀ ଏବଂ ଦୀପ ଦାସଗୁପ୍ତା ହିନ୍ଦୀ ସହିତ ଇଂଲିଶ କମେଣ୍ଟ୍ରି ମଧ୍ୟ କରିବେ ।

ତେବେ ସିଦ୍ଧୁଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି । କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ପ୍ରନୀତ କୌରଙ୍କ ବିରୋଧରେ ପଟିଆଲା ଲୋକସଭା ଆସନରୁ ସିଦ୍ଧୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ତେବେ ସିଦ୍ଧୁ ଆଇପିଏଲ କମେଣ୍ଟ୍ରି ଟିମରେ ସାମିଲ ହେବା ପରେ ଲୋକସଭାରେ ପ୍ରାର୍ଥୀ ହେବେ କି ନାହିଁ ସ୍ପଷ୍ଟ ହୋଇ ପାରିନାହିଁ ।

ଆଇପିଏଲ ମ୍ୟାଚଗୁଡିକ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭ ହୋଇ ମେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ପଞ୍ଜାବରେ ଲୋକସଭା ନିର୍ବାଚନ ପ୍ରକ୍ରିୟା ମେ ୭ ତାରିଖରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ସିଦ୍ଧୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.