ଦୁଇ ଭାଇ ମିଶି ୱାଗନର୍ କାରକୁ ପରିଣତ କରିଲେ ହେଲିକପ୍ଟରରେ, ଗାଡିଟିକୁ ଜବତ କରିଛି ପୋଲିସ
ଶୀଘ୍ର ଧନୀ ହେବା ପାଇଁ ଦୁଇ ଭାଇ ସେମାନଙ୍କ ପୁରୁଣା ୱାଗନର୍ କାରକୁ ମୋଡିଫାଏ କରି ହେଲିକପ୍ଟରରେ ପରିଣତ କରିଦେଇଛନ୍ତି । ବାସ୍ତବରେ, ଉଭୟ ଭାଇଙ୍କର ଏକ ସ୍ୱପ୍ନ ଥିଲା ଯେ ଯଦି ସେମାନେ କାରକୁ ମୋଡିଫାଏ କରି ଏହାକୁ ହେଲିକପ୍ଟର କରିଦେବେ, ତେବେ ବିବାହ ପ୍ରୋସେସନରେ ଏହାକୁ ଚଳାଇ ପାରିବେ ଏବଂ ଏଥିରୁ ଭଲ ଅର୍ଥ ମଧ୍ୟ ଉପାର୍ଜନ କରିପାରିବେ ।

ଏବେ ଆକାଶରେ ନୁହେଁ ରାସ୍ତାରେ ଗଡୁଛି ହେଲିକପ୍ଟର । କଥାଟା ବିଶ୍ୱାସ ନହେଉଥିଲେ ବି ସତ । ତେବେ ଉତ୍ତରପ୍ରଦେଶର ଆମ୍ବେଦକରନଗରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାକାର ଦୁଇ ଭାଇ ମିଶି ଏକ ୱାଗନର୍ କାରକୁ ପରିଣତ କରିଛନ୍ତି ହେଲିକପ୍ଟରରେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଏହା ପଛର କାହାଣୀ ବିଷୟରେ ଜାଣିବା । ଆଜିକାଲି ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ କ’ଣ ବା ନ କରୁଛନ୍ତି?
କିନ୍ତୁ ଏବେ ଦୁଇ ଭାଇ ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ଏଭଳି କିଛି କରିଛନ୍ତି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଶୀଘ୍ର ଧନୀ ହେବା ପାଇଁ ଦୁଇ ଭାଇ ସେମାନଙ୍କ ପୁରୁଣା ୱାଗନର୍ କାରକୁ ମୋଡିଫାଏ କରି ହେଲିକପ୍ଟରରେ ପରିଣତ କରିଦେଇଛନ୍ତି । ବାସ୍ତବରେ, ଉଭୟ ଭାଇଙ୍କର ଏକ ସ୍ୱପ୍ନ ଥିଲା ଯେ ଯଦି ସେମାନେ କାରକୁ ମୋଡିଫାଏ କରି ଏହାକୁ ହେଲିକପ୍ଟର କରିଦେବେ, ତେବେ ବିବାହ ପ୍ରୋସେସନରେ ଏହାକୁ ଚଳାଇ ପାରିବେ ଏବଂ ଏଥିରୁ ଭଲ ଅର୍ଥ ମଧ୍ୟ ଉପାର୍ଜନ କରିପାରିବେ ।
ଏହି ଚିନ୍ତାଧାରା ଅନୁଯାୟୀ, ଉଭୟ ଭାଇ ଏକାଠି କାମ କଲେ ଏବଂ ସେମାନଙ୍କର ସ୍ୱପ୍ନର ହେଲିକପ୍ଟରକୁ ବାସ୍ତବରେ ପରିଣତ କଲେ । ତେବେ ଆଜିକାଲି ବିବାହ କିମ୍ବା ବ୍ରତଘର ମାନଙ୍କରେ ବିଭିନ୍ନ ଫୁଲ ସଜା ହୋଇ ଗାଡି ମାନଙ୍କରେ ପ୍ରୋସେସନ୍ କରି ଯିବାର ଏକ ପରମ୍ପରା ରହିଥିବା ବେଳେ ସବୁବେଳେ କିଛି ନୂଆ ରୂପରେ ନିଜ ବାହାଘର କିମ୍ବା ବ୍ରତଘରରେ ଗାଡିକୁ ସଜାଇବାକୁ ମନ କରୁଛନ୍ତି ଆଜିକାଲି ଯୁବପିଢି । ତେବେ ଏହାକୁ ନଜରରେ ରଖି ଏହି ଦୁଇ ଭାଇଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏହି ହେଲିକପ୍ଟର ।
ଏହି ଦୁଇ ଭାଇ ସେମାନଙ୍କର ୱାଗନର କାରକୁ ସମ୍ପୂର୍ଣ୍ଣ ଭାବେ ହେଲିକପ୍ଟରର ଲୁକ୍ ଦେଇଥିଲେ, ଯେଉଁଥିରେ କାର ଉପରେ ଏକ ଫ୍ୟାନ୍ ମଧ୍ୟ ସ୍ଥାପିତ ହୋଇଥିଲା ଏବଂ ପଛ ପାଖ ଡେଣାର ଶେଷ ଭାଗରେ ମଧ୍ୟ ଏକ ପଙ୍ଖା ଲଗାଯାଇଛି । କିନ୍ତୁ ଅର୍ଥ ଉପାର୍ଜନ ପାଇଁ କରିଥିବା ଏହି ଅଭିନବ ଉପୟାର ହେଲିକପ୍ଟର ଦୁଇ ଭାଇଙ୍କ ଉପରେ ଭାରି ପଡିଛି କାରଣ ଏହି ଗାଡିକୁ ଦେଖିବା ପରେ ପୋଲିସ ଏହା ସିଜ କରିନେଇଯାଇଛି । ତେବେ କାରଟିକୁ ମୋଡିଫାଏ କରିବା ପରେ ଉଭୟ ଭାଇ କାରରେ ଚିତ୍ର ଆଙ୍କିବା ପାଇଁ ଏକ ପେଣ୍ଟିଙ୍ଗ ଦୋକାନକୁ ନେଇଥିଲେ ।
ଯେଉଁଠାରେ ଟ୍ରାଫିକ ପୋଲିସ ସେମାନଙ୍କୁ ଦେଖିଦେଇଥିଲା ଏବଂ ସେଠାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗାଡିଟିକୁ ଜବତ କରିଥିଲା । ରିପୋର୍ଟ ଅନୁଯାୟୀ, ପୋଲିସ ଅଧୀକ୍ଷକ କହିଛନ୍ତି ଯେ କାରରେ ଏଭଳି ପରିବର୍ତ୍ତନ କରିବା ପୂର୍ବରୁ ଦୁଇ ଭାଇ କୌଣସି ଅନୁମତି ନେଇନାହାଁନ୍ତି ତେଣୁ ଏହି ଗାଡ଼ିଟିକୁ ଜବତ କରାଯାଇଥିଲା ଏବଂ ଏହାକୁ ରାସ୍ତାରେ ଚଳାଇବା ମଧ୍ୟ ସୁରକ୍ଷିତ ନୁହେଁ । ଏହା ପରେ ଦୁଇ ଭାଇ ଉପଯୁକ୍ତ ଜରିମାନା ଦେବା ପରେ ଗାଡିଟିକୁ ମୁକ୍ତ କରାଯାଇଛି ଏବଂ ଉଭୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି କି ଭବିଷ୍ୟତରେ ସେମାନେ ଏହି କାର୍ ବ୍ୟବହାର କରିପାରିବେ ନାହିଁ ।