Below header

ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ହାତ ଛାଡିଥିଲେ । ଶଙ୍ଖ ଫୁଙ୍କିଲେ । ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଶଙ୍ଖ ଭବନରେ ମିଶ୍ରଣ ପୂର୍ବରୁ ବିରାଟ ଶୋଭାଯାତ୍ରାରେ ଆସିଥିଲେ ଅଧିରାଜ । ଶତାଧିକ ସମର୍ଥକଙ୍କ ସହ ରାଲିରେ ଆସିଥିଲେ ଶଙ୍ଖ ଭବନ ।

ଭୁବନେଶ୍ୱର (କେନ୍ୟୁଜ): ହାତ ଛାଡିଥିଲେ । ଶଙ୍ଖ ଫୁଙ୍କିଲେ । ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଶଙ୍ଖ ଭବନରେ ମିଶ୍ରଣ ପୂର୍ବରୁ ବିରାଟ ଶୋଭାଯାତ୍ରାରେ ଆସିଥିଲେ ଅଧିରାଜ । ଶତାଧିକ ସମର୍ଥକଙ୍କ ସହ ରାଲିରେ ଆସିଥିଲେ ଶଙ୍ଖ ଭବନ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଧିରାଜ । ସେ କହିଥିଲେ, ନିର୍ବାଚନ ମଣ୍ଡଳୀର ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କଂଗ୍ରେସ ଛାଡିଛନ୍ତି । ଆଗାମୀ ନିର୍ବାଚନରେ ଖଡ଼ିଆଳରୁ ଲଢ଼ିବେ ବୋଲି ସ୍ପଷ୍ଟ କରିଥିଲେ । ୨୦୧୯ରେ ପ୍ରଥମ ଥର ଖଡ଼ିଆଳରୁ ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ବହୁ ପୂର୍ବରୁ କଂଗ୍ରେସ ଛାଡି ଅଧିରାଜ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.