ଜୋମାଟୋ ବଦଳାଇଲା ନିଷ୍ପତ୍ତି, ଆମିଷ ଓ ନିରାମିଷ ଖାଦ୍ୟ ଡେଲିଭରୀ ଏଜେଣ୍ଟ ପିନ୍ଧିବେ ନାଲି ଡ୍ରେସ

କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଦୀପିନ୍ଦର ଗୋଏଲ୍ ଏହି Pure Veg Mode ସର୍ଭିସ୍ ଲଞ୍ଚ କରିବାକୁ ଘୋଷଣା କରିଥିଲେ । ଗୋଏଲ୍ ଏହି ନୂଆ ସେବା ବିଷୟରେ ସୂଚନା ଦେଇ କହିଥିଲେ, ଶୁଦ୍ଧ ଶାକାହାରୀ ଗ୍ରାହକଙ୍କ ଲାଗି ପ୍ୟୁର ଭେଜ୍ ଫ୍ଲିଟ୍ ଆରମ୍ଭ କରୁଛି । କିନ୍ତୁ ମଙ୍ଗଳବାର ଜୋମାଟୋର ଏହି ଘୋଷଣା ପରେ ଲୋକମାନେ ଏହାକୁ ବିରୋଧ କରିଥିଲେ । ଏହାପରେ ବିଳମ୍ବ ନ କରି ଗୋଏଲ୍ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ।

ଲୋକପ୍ରିୟ ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ନିରାମିଷ ଗ୍ରାହକଙ୍କ ପାଇଁ ଖାସ୍‌ ସେବା ଘୋଷଣା କରିଥିଲା । ଆଉ ଏଥିପାଇଁ ଶୁଦ୍ଧ ଶାକାହାରୀ ଲୋକ ବହୁତ ଖୁସି ହୋଇଯାଇଥିଲେ । କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଦୀପିନ୍ଦର ଗୋଏଲ୍ ଏହି Pure Veg Mode ସର୍ଭିସ୍ ଲଞ୍ଚ କରିବାକୁ ଘୋଷଣା କରିଥିଲେ । ଗୋଏଲ୍ ଏହି ନୂଆ ସେବା ବିଷୟରେ ସୂଚନା ଦେଇ କହିଥିଲେ, ଶୁଦ୍ଧ ଶାକାହାରୀ ଗ୍ରାହକଙ୍କ ଲାଗି ପ୍ୟୁର ଭେଜ୍ ଫ୍ଲିଟ୍ ଆରମ୍ଭ କରୁଛି ।

ଗୋଏଲ୍ ଏହି ସର୍ଭିସ ଆରମ୍ଭ କରି X ରେ ପୋଷ୍ଟ କରି କହିଛନ୍ତି, ବିଶ୍ୱରେ ସବୁଠାରୁ ଅଧିକ ଶାକାହାରୀ ଲୋକ ଭାରତରେ ରହିଛନ୍ତି । ଆମେ ଏହି ନୂଆ ସେବା ଲୋକଙ୍କ ଫିଡବ୍ୟାକ୍ ଆଧାରରେ ହିଁ ଆରମ୍ଭ କରିଥିଲୁ । ଏହା ସହିତ ନିରାମିଷ ଗ୍ରାହକଙ୍କ ପାଇଁ ଲାଲ୍ ରଙ୍ଗର ଡବା ପରିବର୍ତ୍ତେ ଜୋମାଟୋ ସବୁଜ ରଙ୍ଗର ଡବା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଖାଦ୍ୟ ଶୁଦ୍ଧ ଶାକାହାରୀ ଭୋଜନାଳୟରୁ ଆସିବ । କିନ୍ତୁ ମଙ୍ଗଳବାର ଜୋମାଟୋର ଏହି ଘୋଷଣା ପରେ ଲୋକମାନେ ଏହାକୁ ବିରୋଧ କରିଥିଲେ । ବହୁ ଲୋକ ଜୋମୋଟୋର ଏପରି ନିଷ୍ପତ୍ତିକୁ ନେଇ ରାଗି ଯାଇଥିଲେ ।

ଏହାପରେ ବିଳମ୍ବ ନ କରି ଗୋଏଲ୍ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଗୋଏଲ କହିଛନ୍ତି, ସମସ୍ତ ଡେଲିଭରୀ ବଏ କେବଳ ଲାଲ ରଙ୍ଗର ବେଶଭୂଷାରେ ରହିବା ଦ୍ୱାରା ଶାକାହରୀ ଏବଂ ମାଂସାହାରୀ ଖାଦ୍ୟ ଉପରେ କିଛି ଫରକ ପଡିବ ନାହିଁ । କମ୍ପାନୀ ଆପରେ ଦୁଇଟି ଅଲଗା ଅଲଗା ସେକ୍ସନରେ ଭିନ୍ନ ଭିନ୍ନ ଭାବେ ନଜର ଆସୁଛି । Pure Veg Mode ରେ କେବଳ ଶୁଦ୍ଧ ଶାକାହାରୀ ରେଷ୍ଟୁରାଣ୍ଟରୁ ଖାଇବା ଗ୍ରାହକଙ୍କୁ ଡେଲିଭରି କରାଯିବ । ଏଥିରେ ଆମିଷ ଦେଉଥିବା ରେଷ୍ଟୁରାଣ୍ଟ ସାମିଲ ହେବ ନାହିଁ । କମ୍ପାନୀ ଏହି ସୁବିଧା ସଂପୂର୍ଣ୍ଣ ଦେଶରେ ଆରମ୍ଭ କରିବ । ତେବେ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ତାରିଖ କିମ୍ବା ସହର ନାମ ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.