ଫସଲ ଉଜାଡ଼ିଦେଲା କାଳବୈଶାଖୀ ବର୍ଷା: ପିଆଜ, ଟମାଟୋ ସହ ଅନ୍ୟ ପନିପରିବା ଚାଷ ନଷ୍ଟ

କାଳବୈଶାଖୀର ତାଣ୍ଡବ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପିଆଜ, ଟମାଟୋ ସହ ପନିପରିବା ଚାଷ ନଷ୍ଟ । ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏକର ଏକର ଜମିରେ ପିଆଜ, ଟମାଟୋ ସହ ଡାଲିଜାତୀୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।

କଣ୍ଟାବାଞ୍ଜି (କେନ୍ୟୁଜ): କାଳବୈଶାଖୀର ତାଣ୍ଡବ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପିଆଜ, ଟମାଟୋ ସହ ପନିପରିବା ଚାଷ ନଷ୍ଟ । ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏକର ଏକର ଜମିରେ ପିଆଜ, ଟମାଟୋ ସହ ଡାଲିଜାତୀୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।

ହଠାତ୍ ଅଦିନିଆ ବର୍ଷା ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି । ଚାଷ ଜମିରେ ପାଣି ଜମିରହିଥିବା ବେଳେ ଚାଷୀଙ୍କ ସମସ୍ୟା ଦୁଇଗୁଣ ବଢ଼ିଯାଇଛି । ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଜମିରେ ସୁନାର ଫସଲ ଫଳାଇଥିଲେ । ଭାବିଥିଲେ ଭଲ ଅମଳ ହେବ ଆଉ ପରିବାର ପ୍ରତିପୋଷଣରେ ସହାୟକ ହେବ । ହେଲେ ଅଦିନିଆ ବର୍ଷା ସବୁ ଉଜାଡ଼ିଦେଇଛି । ପ୍ରବଳ ପବନ ସାଙ୍ଗକୁ ଝଡ଼ ବର୍ଷା ଯୋଗୁଁ ଲୋକମାନେ ଘରୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ତୁରନ୍ତ କ୍ଷତିଗ୍ରସ୍ତ ଚାଷକୁ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.