ଏହି ରାସ୍ତାର ଦୁର୍ଦ୍ଦଶା ନକହିବା ଭଲ, ଦାବି ପରେ ବି ମିଳୁନି ସୁଫଳ

ସ୍ୱାଧୀନତାର ୭୫ ବର୍ଷ ପରେ ବି , ଏହି ଗ୍ରାମବାସୀଙ୍କୁ ପକ୍କା ରସ୍ତା ପାଇଁ ଅନେକ ଗୁହାରି କରିବାକୁ ପଡୁଛି । ତଥାପି ଗାଁ କୁ ପକ୍କା ରାସ୍ତାଟିଏ ହୋଇପାରୁ ନାହିଁ । ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଗାଁକୁ ଆସି ପକ୍କା ରାସ୍ତା ନିର୍ମାଣ କରିଦେବୁ ବୋଲି କହି ପ୍ରତିଶୃତି ଦେଇଥାନ୍ତି । ଭୋଟ ସରିଲା ପରେ ଏମାନେ ରାସ୍ତା ସମସ୍ୟା କଥା ଭୁଲି ଯାଇଥାନ୍ତି ।

କଣ୍ଟାବାଞ୍ଜି(କେନ୍ୟୁଜ): ଏହି ରାସ୍ତାର ଦୁର୍ଦ୍ଦଶା ଦେଖିଲେ ଯାଇ ଜାଣିପାରିବେ । ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ ବାଟ ଚାଲୁଛନ୍ତି ଗାଁ ଲୋକ । ଖରା ବର୍ଷା ସବୁ ଦିନ ଏହି ରାସ୍ତାରେ ହିଁ ବାଟ ଚାଲୁଛନ୍ତି ପଖନମୁଣ୍ଡା ଗ୍ରାମବାସୀ । ଯାହାଫଳରେ ଚଳିତ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ପଖନମୁଣ୍ଡା ଗାଁରୁ ସମରସିଂହ ଭାୟା ମାନ୍ଦଲା ଗାଁ ରାସ୍ତାକୁ ପକ୍କା ରାସ୍ତା ପାଇଁ ଦାବି କରିଛନ୍ତି ।

ଗ୍ରାମବାସୀଙ୍କ କହିବା କଥା କି, ବର୍ଷା ଦିନେ ଯାହା ସମସ୍ୟା ସୃଷ୍ଟି ହେଉଛି ତାହା ନ କହିବା ହିଁ ଭଲ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ଯିବା ମୁସ୍କିଲ ହେଉଛି ଏହା ସହ ଗର୍ଭବତୀଙ୍କୁ ନେଇ ହସ୍ପିଟାଲ ଯିବା ମଧ୍ୟ ଭାରି କଷ୍ଟ । ଆମ୍ବୁଲାନ୍ସ ଡାକିଲେ ରାସ୍ତା ପାଇଁ ଗାଁକୁ ଆସିବାକୁ ମନା କରିଦେଇଥାନ୍ତି ଡ୍ରାଇଭର । ରାସ୍ତାରେ ଚଳାଚଳ କରିବା ଭାରି କଷ୍ଟକର । ତଥାପି ଏହି କାଦୁଅ ପଚ୍ ପଚ୍ ରାସ୍ତାରେ ଯାତାୟତ କରିଥାନ୍ତି ଏମାନେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନକୁ ବାରମ୍ବାର ଲେଖି ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ତେଣୁ ଚଳିତ ନିର୍ବାଚନରେ ପଂଚାୟତ ବାସୀ ଭୋଟ୍ ବର୍ଜନ କରିବାକୁ କହିଛନ୍ତି ।

ସ୍ୱାଧୀନତାର ୭୫ ବର୍ଷ ପରେ ବି , ଏହି ଗ୍ରାମବାସୀଙ୍କୁ ପକ୍କା ରସ୍ତା ପାଇଁ ଅନେକ ଗୁହାରି କରିବାକୁ ପଡୁଛି । ତଥାପି ଗାଁ କୁ ପକ୍କା ରାସ୍ତାଟିଏ ହୋଇପାରୁ ନାହିଁ । ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଗାଁକୁ ଆସି ପକ୍କା ରାସ୍ତା ନିର୍ମାଣ କରିଦେବୁ ବୋଲି କହି ପ୍ରତିଶୃତି ଦେଇଥାନ୍ତି । ଭୋଟ ସରିଲା ପରେ ଏମାନେ ରାସ୍ତା ସମସ୍ୟା କଥା ଭୁଲି ଯାଇଥାନ୍ତି ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି ।

ଏଣୁ ଯଥା ଶିୀଘ୍ର ଏହାକୁ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନ ନେଲେ ଗ୍ରାମବାସୀ ମାନେ ଭୋଟ୍ ଦେବା ବନ୍ଦ କରିବେ ଏବଂ ଗାଁ ରେ କୌଣସି ପ୍ରକାରର ନେତା ମନ୍ତ୍ରୀଙ୍କୁ ପଶାଇ ଦେବେ ନାହିଁ ବୋଲି କହିଛନ୍ତି । ନିର୍ବାଚନ ବର୍ଜନ କରିବା ପାଇଁ ଗ୍ରାମବାସୀ ନିର୍ବାଚନ କମିଶନ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି । ଏନେଇ ଆମେ ତୁରେକେଲା ବିଡିଓଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଛନ୍ତି, ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଛି । ଏପଟେ କିଭଳି ଗାଁ କୁ ରାସ୍ତା ହେବ ବିଭାଗୀୟ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

ରାସ୍ତା ନାଈ ତ ଭୋଟ୍ ନାହିଁ । ଏଭଳି ସ୍ଲୋଗାନ୍ ଦେଇ ତୁରେକେଲା ବ୍ଲକର କମେଇଁମୁ୍ଣ୍ଡା ପଂଚାୟତର ପଖନମୁଣ୍ଡା ଓ ସମରସିଂ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁ କୁ ପକ୍କା ରାସ୍ତା ନଥିବାରୁ ବର୍ଷ ବର୍ଷ କାଳ ମାଟି ରାସ୍ତା ଦେଇ ବାଟ ଚାଲୁଥିବା ବେଳେ ଗାଁ ଲୋକଙ୍କ ଦୁଃଖ ପ୍ରଶାସନ ବୁଝିବ କେବେ ତାହାକୁ ହିଁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.