ଏହି ପତ୍ର ଗୁଡିକରେ ଘରେ ପ୍ରସ୍ତୁତ କରନ୍ତୁ ଚା’, ବଜାରରେ ମିଳୁଥିବା ଗ୍ରୀନ୍ ଟି ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ହେବ ଅଧିକ ଲାଭଦାୟକ 

ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଅଧିକ ରୋଗରେ ପଡିପାରନ୍ତି । ତେବେ କୁହାଯାଏ ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଡାଏଟ୍‌ରେ ଗ୍ରୀନ୍ ଟି କିମ୍ବା ହର୍ବାଲ୍ ଟି ଅନ୍ତର୍ଭୁକ୍ତ କରିବା ଉଚିତ । ସେଥିପାଇଁ ପ୍ରତିଦିନ ୧ ରୁ ୨ କପ୍ ହର୍ବାଲ୍ ଟି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ବିଶେଷକରି ଘରେ ତାଜା ପତ୍ରରୁ ପ୍ରସ୍ତୁତ ହର୍ବାଲ ଟି ପିଇଲେ ଅଧିକ ଲାଭ ମିଳିଥାଏ ।

ପରିବର୍ତ୍ତିନ ହେଉଥିବା ଋତୁରେ ଥଣ୍ଡା ଓ କାଶ ସମସ୍ୟା ଯୋଗୁ ଲୋକମାନେ ବହୁତ ଅସୁବିଧାରେ ପଡୁଛନ୍ତି । ଏହି ସମୟରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାର ଆଶଙ୍କା ବଢି ପାରେ । ତେବେ ଭାଇରାଲ୍ ଏବଂ ଇନ୍‌ଫେକ୍ସନ୍‌ରେ ପଡୀତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଏପରି ପରିସ୍ଥିତିରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଅଧିକ ରୋଗରେ ପଡିପାରନ୍ତି । ତେବେ କୁହାଯାଏ ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଡାଏଟ୍‌ରେ ଗ୍ରୀନ୍ ଟି କିମ୍ବା ହର୍ବାଲ୍ ଟି ଅନ୍ତର୍ଭୁକ୍ତ କରିବା ଉଚିତ । ସେଥିପାଇଁ ପ୍ରତିଦିନ ୧ ରୁ ୨ କପ୍ ହର୍ବାଲ୍ ଟି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ବିଶେଷକରି ଘରେ ତାଜା ପତ୍ରରୁ ପ୍ରସ୍ତୁତ ହର୍ବାଲ ଟି ପିଇଲେ ଅଧିକ ଲାଭ ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଏହାକୁ ପ୍ରସ୍ତୁତ କରିବା । ଏହା ସହ ହର୍ବାଲ ଟି ତିଆରି କରିବାକୁ କେଉଁ ଜିନିଷ ଦରକାର ହୋଇଥାଏ ।

 

ତୁଳସୀ ପତ୍ରର ଚା’ : ବଜାରରେ ଉପଲବ୍ଧ ହେଉଥିବା ଚା ଅପେକ୍ଷା ଘରେ ସତେଜ ତୁଳସୀ ପତ୍ରରୁ ଚା ତିଆରି କରି ଏହାକୁ ପିଇବା ଭଲ ହୋଇଥାଏ । ତେବେ ତୁଳସୀ ପତ୍ରରେ ପ୍ରସ୍ତୁତ ଗ୍ରୀନ୍ ଟି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ସେଥିପାଇଁ ତୁଳସୀ ଚା’ ପିଇବା ଦ୍ୱାରା ଥଣ୍ଡା ଏବଂ କାଶର ସମସ୍ୟା ଦୂର ହୋଇଥାଏ । ଏହା ଶରୀରକୁ ଡିଟକ୍ସାଇଫ୍ କରିବା ଏବଂ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

 

ଜାଣନ୍ତୁ ତୁଲସୀ ପତ୍ରରେ ଗ୍ରୀନ୍ ଟି କିପରି ପ୍ରସ୍ତୁତ କରିବେ :
ପ୍ରାୟ ୭ ରୁ ୮ ତୁଳସୀ ପତ୍ର ଧୋଇ ୧ ଗ୍ଲାସ ପାଣି ନେଇ ସେଥିରେ ଫୁଟାନ୍ତୁ । ଏହା ପରେ ଯେତେବେଳେ ସେହି ପାଣି ଅଧା ଗ୍ଲାସ୍‌ ହୋଇଯିବ, ଏହାକୁ ଛାଣନ୍ତୁ ଏବଂ ଉଷୁମ ଥିବା ବେଳେ ପିଅନ୍ତୁ । ଏହା ବ୍ୟତୀତ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ । ଯାହା ଦ୍ୱାରା ତାର ଟେଷ୍ଟ ମଧ୍ୟ ଭଲ ଆସିବ ।

 

ମନ୍ଦାର ଫୁଲରେ ପ୍ରସ୍ତୁତ ଚା : ଲାଲ ରଙ୍ଗର ମନ୍ଦାର ଫୁଲ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ତେବେ ମନ୍ଦାର ଫୁଲର ଚା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହ ମନ୍ଦାର ଫୁଲର ଚା କୋଲେଷ୍ଟ୍ରଲ ଲେବଲ୍‌କୁ କମ୍‌ କରିଥାଏ ଏବଂ ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମ୍‌ କରିଥାଏ । ଏହା ବ୍ୟତୀତ ମନ୍ଦାର ଫୁଲରେ ପ୍ରସ୍ତୁତ ଚା ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

 

ଜାଣନ୍ତୁ କିପରି ମନ୍ଦାର ଫୁଲରେ ଚା’ପ୍ରସ୍ତୁତ କରିବେ :
ଏହାକୁ ପ୍ରସ୍ତୁତ କରିବାକୁ ଆପଣ ୨ଟି ଫୁଲକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହାପରେ ସେହି ଫୁଲକୁ ୧ ଗ୍ଲାସ୍ ପାଣିରେ ପକାଇ ଫୁଟାଇବା ଆରମ୍ଭ କରନ୍ତୁ । ତେବେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ଭଲ ଭାବେ ଫୁଟିବା ପରେ ଛାଣିକରି ପିଅନ୍ତୁ । ଏହା ସହ ସ୍ୱାଦ ପାଇଁ ଆପଣ ସେଥିରେ ଲେମ୍ବୁ ରସ କିମ୍ବା ମହୁ ମଧ୍ୟ ମିଶାଇ ପାରିବେ ।

 

ପୋଦିନା ପତ୍ରର ଚା : ପୋଦିନା ପତ୍ର ଖରା ଦିନରେ ପେଟ ପାଇଁ ବହୁତ ଭଲ କାମ କରେ । ତେବେ ଆପଣ ଗ୍ରୀନ୍ ଟିରେ ପୋଦିନା ପତ୍ର ମଧ୍ୟ ମିଶାଇ ପାରିବେ । ଏହା ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସହ ପୋଦିନା ପତ୍ରରେ ଏପରି ଉପାଦାନ ଥାଏ ଯାହାକି ଗ୍ୟାସ୍, ଏସିଡିଟି ଏବଂ ଅନ୍ୟାନ୍ୟ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ ।

 

ଜାଣନ୍ତୁ ପୋଦିନା ପତ୍ରରେ କିପରି ଚା’ ପ୍ରସ୍ତୁତ କରିବେ :
ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ତାଜା ପୋଦିନା ପତ୍ର ନେଇ ଧୋଇ ଦିଅନ୍ତୁ । ଏହାପରେ ୧ ଗ୍ଲାସ୍ ପାଣି ଗରମ କରନ୍ତୁ ଏବଂ ସେଥିରେ ପୋଦିନା ପତ୍ର ମିଶାନ୍ତୁ ଏବଂ ଏହାକୁ ୨ ରୁ ୩ ମିନିଟ୍‌ ଫୁଟାନ୍ତୁ । ଏହି ଚା’ ପ୍ରସ୍ତୁତ ହୋଇଯିବା ପରେ ତାକୁ ଛାଣି ଦିଅନ୍ତୁ  ଏବଂ ଅଧା ଲେମ୍ବୁ ମିଶାଇ ପିଅନ୍ତୁ । ଏହା ବ୍ୟତୀତ ଆପଣ ଏଥିରେ କିଛି ମହୁ ମଧ୍ୟ ମିଶାଇ ପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.