ଆଇପିଏଲ୍‌ ୨୦୨୪: ନାମ ପରିବର୍ତ୍ତନ କଲା RCB, ବାଙ୍ଗାଲୋର ଜାଗାରେ ହେଲା ‘ବେଙ୍ଗାଲୁରୁ’

ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୪ । ଏଥିପାଇଁ ଟିମ୍‌ଗୁଡ଼ିକର ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କ୍ୟାମ୍ପ୍‌ରେ ଅଭ୍ୟାସ ଜାରି ରହିଛି ।

ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି ଆଇପିଏଲ୍ ୨୦୨୪ । ଏଥିପାଇଁ ଟିମ୍‌ଗୁଡ଼ିକର ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କ୍ୟାମ୍ପ୍‌ରେ ଅଭ୍ୟାସ ଜାରି ରହିଛି । ସେପଟେ ଚଳିତ ବର୍ଷ RCB ଏହାର ନାମରେ ସାମାନ୍ୟ ପରିବର୍ତ୍ତନ କରିଛି । ଏବେ ଟିମ୍‌ ନିଜର ପ୍ରଥମ ମ୍ୟାଚ୍ ପାଇଁ ଚେନ୍ନାଇରେ ପହଞ୍ଚିଥିବା ବେଳେ ସେଠାରେ ଦଳକୁ ସ୍ୱାଗତ କରାଯାଇଛି ।

କହି ରଖୁଛୁ, ଆଇପିଏଲର ପ୍ରଥମ ସିଜନରୁ ଆରସିବି ଦଳ ଏ ପର୍ଯ୍ୟନ୍ତ ଖେଳୁଛି । ହେଲେ ଦଳ ଥରେ ବି ଟାଇଟଲ ଜିତିବାରେ ସଫଳ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍‌ ‘ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର’ ନାମରେ ଜଣାଶୁଣା ଥିଲା, କିନ୍ତୁ ଏଥର ଟିମ୍‌ ନାମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଏବେଠୁ ଦଳ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ନାମରେ ଜଣାଯିବ । ଯଦିଓ ୨୦୧୪ରେ ସହରର ନାମ ପରିବର୍ତ୍ତନ କରାଯାଇଥିଲା, କିନ୍ତୁ ଦଳର ନାମ ବାଙ୍ଗାଲୋର ହିଁ ରହିଥିଲା । ବର୍ତ୍ତମାନ ଏତେ ବର୍ଷ ପରେ ଟିମ୍‌ ବାଙ୍ଗାଲୋରକୁ ବେଙ୍ଗାଲୁରୁରେ ପରିବର୍ତ୍ତନ କରିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୋସିଆଲ ମିଡିଆରେ ପୋଷ୍ଟ କରି ଦଳର ନାମ ପରିବର୍ତ୍ତନ ବିଷୟରେ ସଙ୍କେତ ଦେଇଥିଲା । ଆରସିବି ଏକ ଭିଡିଓ ଟ୍ୱିଟ୍ କରିଥିଲା । ଭିଡିଓରେ ଦେଖାଯାଇଥିଲା କି, ତିନିଟି ଘୋଡା ସଜେଇ ହୋଇ ରହିଛନ୍ତି । ପ୍ରଥମ ଘୋଡା ଉପରେ ରୟାଲ୍, ଦ୍ୱିତୀୟରେ ଚ୍ୟାଲେଞ୍ଜର୍ସ ଏବଂ ତୃତୀୟ ଘୋଡାରେ ବାଙ୍ଗାଲୋର ଲେଖା ହୋଇଥିବା କପଡ଼ା ପଡ଼ିଛି । ଶେଷରେ ରିଷଭ ଶେଟ୍ଟୀ ଏକ ଦମ୍‌ଦାର ଏଣ୍ଟ୍ରି ସହିତ ଆସୁଛନ୍ତି ଏବଂ ବାଙ୍ଗାଲୋର ଘୋଡାକୁ ସେଠାରୁ ହଟାଇ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.