ଜାପାନ ଜଳରାଶିରେ ବୁଡ଼ିଗଲା ଦକ୍ଷିଣ କୋରିଆର କେମିକାଲ୍‌ ଟ୍ୟାଙ୍କର, ଅନେକ ଲୋକ ନିଖୋଜ

ଦକ୍ଷିଣ କୋରିଆର ଏକ ରାସାୟନିକ ଟ୍ୟାଙ୍କର୍ ଜାପାନ ଜଳରାଶିରେ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି ।

ଦକ୍ଷିଣ କୋରିଆର ଏକ ରାସାୟନିକ ଟ୍ୟାଙ୍କର୍ ଜାପାନ ଜଳରାଶିରେ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି । ବୁଧବାର ସକାଳେ ଏହି ଘଟଣା ଘଟିଛି । ଦୁର୍ଘଟଣାରେ ଯେଉଁ ଲୋକ ନିଖୋଜ ହୋଇଛନ୍ତି, ସେମାନଙ୍କୁ ଜୋରଦାର ଖୋଜା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ କୋରିଆର ଏକ ରାସାୟନିକ ଟ୍ୟାଙ୍କର୍ ଜାପାନ ଜଳରାଶିକୁ ଯାଇଥିଲା । ଏହି ଦୁର୍ଘଟଣାରେ ୭ ଜଣ ନିଖୋଜ ଅଛନ୍ତି । ଦକ୍ଷିଣ-ପଶ୍ଚିମ ଜାପାନର ଏକ ଦ୍ୱୀପର ଜଳରାଶିରେ ଟ୍ୟାଙ୍କର୍‌ଟି ବୁଡ଼ି ଯାଇଛି ।

ଜାପାନର କୋଷ୍ଟଗାର୍ଡ କହିଛନ୍ତି ଯେ ସେମାନେ ଟ୍ୟାଙ୍କର ଚାଳକ ଦଳର ଚାରିଜଣ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟ ୭ ଜଣ ନିଖୋଜ ଥିବାବେଳେ ସେମାନଙ୍କୁ ଖୋଜା ଚାଲିଛି । ତଟରକ୍ଷୀ ବାହିନୀ କହିଛନ୍ତି ଯେ କେୟୋଙ୍ଗ ସନ୍ ରାସାୟନିକ ଟ୍ୟାଙ୍କର୍ ସମସ୍ୟାରେ ଥିବା ସୂଚନା ମିଳିଥିଲା । କୁହାଯାଇଥିଲା କି, ଏହା ଝୁକି ହେଉଛି ଏବଂ ଜାପାନର ମୁତସୁର ଦ୍ୱୀପ ନିକଟରେ ଆଶ୍ରୟ ନେଉଛି ।

ତେବେ ଉଦ୍ଧାର ହୋଇଥିବା କ୍ରୁ ସଦସ୍ୟଙ୍କ ଅବସ୍ଥା ବିଷୟରେ ଜଣାପଡି ନାହିଁ । NHK ଟେଲିଭିଜନର ଖବର ମୁତାବକ, କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ଜଣେ ଚୀନ୍‌, ୨ ଜଣ ଦକ୍ଷିଣ କୋରିଆ ଏବଂ ୮ ଜଣ ଇଣ୍ଡୋନେସିଆର ଅଧିବାସୀ ଅଛନ୍ତି । ସେପଟେ ଜାହାଜଟି କିପରି ବୁଡ଼ିଲା, ସେ ସମ୍ବନ୍ଧରେ ସୂଚନା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.