Below header

କରେନା ପାଇଁ ବନ୍ଦ ହେଲା ଜିମ୍‌, କିନ୍ତୁ ଲୋକମାନେ ଏବେ ରାସ୍ତା ଉପରେ କଲେଣି ଓ୍ଵାର୍କଆଉଟ୍‌

କରୋନା ଭାଇରସ ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି। ତେବେ ଏହି ଭୟଙ୍କର ସଂକ୍ରମଣକୁ ରୋକିବା ପାଇଁ ସରକାର ଲୋକଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି। ଏହିକାରଣରୁ ସରକାର ସ୍କୁଲ, କଲେଜ, ସପିଂ ମଲ ଏବଂ ଜିମ୍‌ ଆଦି ବନ୍ଦ କରିଦେଇଛନ୍ତି। ଏମିତିରେ ସାରା ଦୁନିଆର ଲୋକେ ଘରେ ର୍ହି ଓ୍ଵାର୍କଆଉଟ୍‌ କରୁଛନ୍ତି। ସୋସିଆଲ ମିଡିଆରେ ‘ଓ୍ଵାର୍କ ଫ୍ରମ ହୋମ’ ହ୍ୟାସଟ୍ୟାଗ୍‌ ସହିତ ଲୋକମାନେ ନିଜ ଓ୍ଵାର୍କଆଉଟର ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଯାହାଦ୍ୱାରା ଅନ୍ୟ ଲୋକମାନେ ଏହାକୁ ଦେଖି ଘରେ ରହିଁ ହିଁ ନିଜ ଦୈନ୍ୟନ୍ଦିନ କାମ କରିପାରିବେ।


କିନ୍ତୁ ମହାରାଷ୍ଟ୍ରର ନାଗପୁରରେ ଲୋକମାନେ ଘରୁ ବାହାରି ରାସ୍ତା ଉପରେ ଓ୍ଵାର୍କଆଉଟ୍‌ କରୁଛନ୍ତି। କେବଳ ଏତିକି ନୁହେଁ ରାସ୍ତା ଉପରେ ଓ୍ଵାର୍କଆଉଟ୍‌ କରି ତାହାର ଫଟୋ ମଧ୍ୟ ସେୟାର କରିଛନ୍ତି। ଆଉ ଏହି ଫଟୋ ଦେଖି ସୋସିଆଲ ମିଡିଆର ଲୋକମାନେ ବହୁତ ଅସନ୍ତୋଷ ଅଛନ୍ତି। ଲୋକମାନେ କହୁଛନ୍ତି ଯେତେବେଳେ ଘରେ ରହିବାର ବେଳ ଆସିଲା ଏମାନେ ରାସ୍ତା ଉପରକୁ ଆସିଗଲେ।


ଏଏନଆଇ ମୁତାବିକ କରୋନା ଭାଇରସ କାରଣରୁ ରାଜ୍ୟରେ ସମସ୍ତ ଜିମ୍‌ ବନ୍ଦ ହେବା ପରେ ନାଗପୁରର ଲୋକମାନେ ଏକ୍ସରସାଇଜ୍‌ କରିବା ।ପଇଁ ରାସ୍ତା ଉପରେ ଏକାଠି ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହୁଛନ୍ତି ଏହି ଏକ୍ସରସାଇଜ୍‌ ଜରିଆରେ ଆମେ ଆମର ଇମ୍ୟୁନିଟୀ ପାଓ୍ଵାର ବଢ଼ାଉଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.