କରୋନା ପାଇଁ ସାରାଦେଶରେ ବନ୍ଦ ରହିପାରେ ଜନଗଣନା ଓ NPR, ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କରୋନା ପାଇଁ ସାରାଦେଶରେ ବନ୍ଦ ରହିପାରେ ଜନଗଣନା ଓ NPR । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚଠି ଲେଖିଥିଲେ ନବୀନ । ଜନଗଣନା ଓ NPRକୁ ସ୍ଥଗିତ ରଖିବାକୁ ଚିଠିରେ ଉଲ୍ଲେଖ କରିଥିଲେ । ଏବେ କରୋନା ଆତଙ୍କ ଯୋଗୁ ସରକାରୀ ଅଧିକାରୀମାନେ ବ୍ୟସ୍ତ ଅଛନ୍ତି । ତେଣୁ ଏପରି ସମୟରେ ଜନଗଣନା କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ସମ୍ଭବ ନୁହେଁ । ତେଣୁ ଏହାକୁ ଘୁଞ୍ଚାଇବାକୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପରେ ଖୁବଶୀଘ୍ର ବନ୍ଦ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.