କୋରୋନା ପାଇଁ ଯାଜପୁର ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ, ଯୋଗଦେଲେ ଅନେକ ଉଚ୍ଚପଦସ୍ଥ ଅଧିକାରୀ

ଯାଜପୁର ଟାଉନ: କୋରୋନାର ମୁକାବିଲା କରିବା ପାଇଁ ଯାଜପୁର ଜିଲ୍ଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ,ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ର,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗଦେଇ କୋରୋନାର ମୁକାବିଲା କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲ।

ପ୍ରତ୍ୟେକ ଜନପ୍ରତିନିଧି ନିଜ ନିଜ ଅଂଚଳରେ ଜନସାଧାରଣଙ୍କୁ କୋରୋନାର ଭୟାବହତା ସଂପର୍କରେ ଅବଗତ କରିବାକୁ ନିଷ୍ପତି ହୋଇଥିଲା । ଯାଜପୁର ଜିଲ୍ଲାରେ ବର୍ତମାନ ସୁଦ୍ଧା ରାଜ୍ୟ ଓ ଦେଶ ବାହାରୁ ଆସିଥିବା ୪୧୯ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ହୋମ କ୍ୱାରାନଟାଂଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ୨ ଜଣ ସନ୍ଦିଗ୍ଧଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା କିନ୍ତୁ ଉଭୟ ରିପୋର୍ଟ ନେଗେଟିଭ ବାହାରିଛି । କୌଣସି ସ୍ଥାନରେ ଜନଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆଇନକୁ ଭାଂଗୁଥିବା ଅଭିଯୋଗରେ ବର୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.