Below header

ଭାରତ ନିର୍ମାଣ କଲା କରୋନା କବଚ, ମଣିଷ ଶରୀରରେ ଏଣ୍ଟିବଡ଼ିର ଖୋଜ୍‌ କରିବ ଏହି କିଟ୍‌ ‘ଏଲିସା’

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଉପରେ ବିଜୟ ପାଇବାର ଏକ ନୂଆ ଉପାୟ ବିକଶିତ କରିଛନ୍ତି ଭାରତୀୟ ବୈଜ୍ଞାନକମାନେ । ଏହି ସ୍ୱଦେଶୀ କିଟ୍‌ ‘ଏଲିସା’କୁ ନିର୍ମାଣ କରିଛନ୍ତି ପୁଣେ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ବୈଜ୍ଞାନିକମାନେ ।

ଏହା ଦ୍ୱାରା ମନୁଷ୍ୟ ଦେହରେ ଥିବା କୋଭିଡ୍‌ –୧୯ ଏଣ୍ଟିବଡ଼ିର ଖୋଜ୍‌ କରାଯାଇ ପାରିବ । ଏହି କୋଭିଡ଼୍‍ ୧୯ ଏଣ୍ଟିବଡ଼ିର ଖୋଜ୍‌ କରିପାରୁଥିବା ଟେଷ୍ଟିଂ କିଟ୍‌ କରୋନା ପାଇ ବଡ଼ ସଫଳତା ଆଣିପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି ।

ଏହି କିଟ୍‌କୁ ମୁମ୍ବାଇର ଦୁଇଟି ସ୍ଥାନରେ ପ୍ରୟୋଗ କରାଯାଇ ସଫଳତା ମିଳିଥିବା ଜଣାଯାଇଛି । ଏହି କିଟ୍‌ ସାହାଯ୍ୟରେ ମାତ୍ର ଅଢ଼େଇ ଘଣ୍ଟାରେ ୯୦ ଟି ସାମ୍ପଲ୍‌ ଟେଷ୍ଟ କରାଯାଇ ପାରିବ । ଏହି କିଟ୍‌କୁ ବହୁ ମାତ୍ରାରେ ଉତ୍ପାଦନ କରିବା ପାଇଁ ଜାଇଡସ୍‌ କାଡିଲା କମ୍ପାନୀ ସହ ଚୁକ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.