Below header

କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୯ ମାସ ପରେ ଦିଆଯାଇ ପାରିବ ବୁଷ୍ଟର ଡୋଜ୍‌

କେନ୍ୟୁଜ୍(ବ୍ୟୁରୋ):  କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବାର ୯ ମାସ ପରେ ଦିଆଯାଇ ପାରିବ ବୁଷ୍ଟର ଡୋଜ୍‌ । ଏନେଇ ସଂସଦୀୟ ପ୍ୟାନେଲକୁ ଜଣାଇଛି ଆଇସିଏମଆର୍‌ । ବୁଷ୍ଟର ଡୋଜ୍‌ ନେଇ ସୂଚନା ଦେଇଛନ୍ତି ଆଇସିଏମଆର୍‌ ମୁଖ୍ୟ ବଳରାମ ଭାର୍ଗବ । ଆସନ୍ତାକାଲି କ୍ୟାବିନେଟ୍‌ ସଚିବ ଓମିକ୍ରନ ଷ୍ଟ୍ରେନ୍‌, ଟିକାକରଣ ଓ ବର୍ତ୍ତମାନ କରୋନା ସ୍ଥିତିର ସମୀକ୍ଷା କରିବେ ।

ବର୍ତ୍ତମାନ ଦେଶରେ ଲୋକଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନ୍‌ ଟିକା ଦିଆଯାଉଛି । ଏବେ ଚିନ୍ତା ବଢ଼ିଇଛି ଓମିକ୍ରନ ଜନିତ ସଂକ୍ରମଣ । ଏଭଳି ସ୍ଥିତିରେ ବୁଷ୍ଟର ଡୋଜ୍‌ ନେଇ ଚର୍ଚ୍ଚା ହେଉଛି । ଡେଲଟା ଭାରିଆଣ୍ଟ ବିରୋଧରେ ଫଳପ୍ରଦତା ହ୍ରାସକୁ ଦୃଷ୍ଟିରେ ରଖି କୋଭିସିଲ୍ଡର ବୁଷ୍ଟର ଡୋଜ୍‌ ଦେବାକୁ ପରାମର୍ଶ ଦେଇଥିଲେ ଆଇସିଏମଆର ବୈଜ୍ଞାନିକ । ସେମାନଙ୍କ ଗବେଷଣା କହୁଛି, ଡେଲଟାକୁ ମାତ ଦେଉଛି କୋଭିସିଲ୍‌ଡ । ଗୁରୁତର ରୋଗ ଓ ମୃତ୍ୟୁସଂଖ୍ୟାକୁ ରୋକିବାରେ ସକ୍ଷମ । ବୁଷ୍ଟର ଡୋଜ୍‌ କୋଭିଡ୍‌ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅଧିକ ସହାୟକ ହେବ । ଆଗକୁ ସରକାର କି ପଦକ୍ଷେପ ନେବେ ତାଉପରେ ନଜର ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.