ଛଳନାକାରୀ ବନ୍ଧୁଙ୍କ ସହ ଭୂଲରେ ବି ସେୟାର କରନ୍ତୁ ନାହିଁ ନିଜର ପ୍ରେମ ସମ୍ପର୍କରେ, ବର୍ବାଦୀ ଛଡ଼ା କିଛି ମିଳିବ ନାହିଁ

ବନ୍ଧୁ ଆମ ଜୀବନରେ ଏକ ଆଶୀର୍ବାଦ ସ୍ୱରୂପ ହୋଇଥାନ୍ତି । ଯେ କି ସବୁ ଅସୁବିଧା ସମୟରେ ସାଙ୍ଗରେ ଛିଡ଼ା ହୋଇଥାନ୍ତି । ଜୀବନରେ ଭଲ ବନ୍ଧୁ ପାଇବା ବରଦାନ ଠାରୁ କମ ନୁହେଁ । ହେଲେ ବେଳେ ବେଳେ ଆମେ ଭଲ ବନ୍ଧୁ ଓ ଖରାପଙ୍କୁ ଚିହ୍ନି ପାରିନଥାଉ । ଛଳନାକାରୀ ବନ୍ଧୁଙ୍କୁ ଆମର ଶୁଭ ଚିନ୍ତକ ବୋଲି ଭାବିଥାଉ । ଫଳରେ ଆମେ ଆମର ଟିକି ନିଖି କଥା ତାଙ୍କ ସହ ସେୟାର କରିଥାଉ ।

ଏପରିକି ସବୁଠୁ ଗୁପ୍ତ ଲଭ ଲାଇଫ ସମ୍ପର୍କରେ ମଧ୍ୟ ତାଙ୍କୁ କହି ଦେଇଥାଉ । ଏହା ବେଳେ ବେଳେ ଏପରି ଘାତକ ହୋଇଥାଏ ଯେ ଆପଣ ଚିନ୍ତା କରିପାରିବେ ନାହିଁ । ତେଣୁ ଏପରି ଦୋସ୍ତଙ୍କ ସହ ନିଜର ଲଭ ଲାଇଫ କେବେ ବି ସେୟାର କରନ୍ତୁ ନାହିଁ । ଆସନ୍ତୁ ଜାଣିବା କେଉଁଭଳି ବନ୍ଧୁଙ୍କ ସହ ଲଭ ଲାଇଫ ସେୟାର କରିବା କଥା ନୁହେଁ ।

ଯିଏ ଆପଣଙ୍କ ସବୁ କଥାରେ ଇର୍ଷା କରିଥାନ୍ତି –

ଏପରି ବନ୍ଧୁଙ୍କୁ ଚିହ୍ନିବାରେ ଅସୁବିଧା ହୋଇନଥାଏ । ଆପଣଙ୍କ ଖୁସୀରେ ଯେଉଁ ଲୋକଙ୍କ ଚେହେରାରୁ ହସ ଗାଏବ ହୋଇଯାଇଥାଏ । ସେପରି ବନ୍ଧୁଙ୍କୁ କେବେ ବି ନିଜର ଲଭ ଲାଇଫ ସେୟାର କରନ୍ତୁ ନାହିଁ । କାରଣ ଏପରି ବନ୍ଧୁଙ୍କ ପାଖରେ ଖୁସୀ ହେବାର ହୃଦୟ ନଥାଇ ପାରେ ହେଲେ ଆପଣଙ୍କୁ ବର୍ବାଦ କରିବାର ବୁଦ୍ଧି ବେଶ ଥାଏ ।

ଯାହାଙ୍କୁ ଆପଣଙ୍କ ପର୍ସନାଲ ଲାଇଫରେ ମୁଣ୍ଡ ପୁରାଇବାର ଆଦତ –

ଏପରି ବନ୍ଧୁଙ୍କ ଠାରୁ ସର୍ବଦା ଦୂରରେ ରୁହନ୍ତୁ ଯିଏ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ମୁଣ୍ଡ ପୁରାଇବାକୁ ଭଲ ପାଆନ୍ତି । କାରଣ ଏପରି ବନ୍ଧୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଟିକି ନିଖି ସଂଗ୍ରହ କରିବେ ଓ ପରେ ଏହାକୁ ନେଇ ବାହାରେ ଆଲୋଚନା କରିବେ ।

ଯିଏ ଆପଣଙ୍କ ଜୀବନରେ ନିଜର ଇଚ୍ଛାକୁ ଜାହିର କରନ୍ତି –

ଏମିତି ବନ୍ଧୁଙ୍କ ଠାରୁ ସର୍ବଦା ଦୂରରେ ରୁହନ୍ତୁ ଯିଏ ଆପଣଙ୍କ ଜୀବନରେ ନିଜର ହାକିମାତି ଚଲାନ୍ତି । ଏମିତି ବନ୍ଧୁ ଚାହାନ୍ତି କି ଆପଣଙ୍କ ଲଭ ଲାଇଫରେ ତାହା ହିଁ ହେଉ ସେ ଯାହା ଚାହାଁନ୍ତି । ଯଦି ଏପରି ବନ୍ଧୁ ଆପଣଙ୍କୁ କଣ୍ଟ୍ରୋଲ କରୁଥାନ୍ତି ସେପରି ବନ୍ଧୁଙ୍କୁ ଆପଣ ଲଭ ଲାଇଫ ବିଷୟରେ କହିଲେ ତାହା ବର୍ବାଦ ହେବା ହିଁ ସାର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.