Below header

ଓଜନ ବଢ଼ାଇବା ପାଇଁ ଖାଦ୍ୟ ଓ ବ୍ୟାୟାମରେ କରନ୍ତୁ ଏମିତି ପ୍ଲାନ, ଜାଣନ୍ତୁ ପୁରା ଚାର୍ଟ

ଆଜିକାଲି ବହୁତ ଲୋକ ମୋଟା ପାଇଁ ଚିନ୍ତିତ ଥିବା ବେଳେ ଓଜନ କମ୍‌ କରିବା ପାଇଁ ଜବରଦସ୍ତ ବ୍ୟାୟାମ କରୁଥିବାର ଦେଖାଯାଉଛି । ହେଲେ ଏମତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ଓଜନ ନ ବଢ଼ିବା (ଅଣ୍ଡର େଓ୍ଵଟ) କୁ ନେଇ ଚିନ୍ତିତ ଅଛନ୍ତି । ଯେପରି କିଛି ଲୋକଙ୍କ ପାଇଁ ଓଜନ ହ୍ରାସ କରିବା ଅସୁବିଧା ହୋଇଥାଏ । ସେହିପରି କିଛି ଲୋକଙ୍କ ପାଇଁ ଓଜନ ବଢ଼ାଇବା ମଧ୍ୟ କଠିନ ହୋଇଥାଏ । କେବଳ ଖାଇବା ଦ୍ୱାରା ଓଜନ ବଢ଼ିନଥାଏ । ବରଂ ଏଥିପାଇଁ ଆପଣଙ୍କୁ ଖାଦ୍ୟ ସହ ଉପଯୁକ୍ତ ବ୍ୟାୟାମ କରିବାକୁ ପଡ଼ିବ । ଆଜି ଆମେ ଆପଣଙ୍କୁ ଓଜନ ବଢ଼ାଇବା ପାଇଁ ଏପରି କିଛି ହେଲଥ ଚାର୍ଟ ଦେବୁ ଯାହାଦ୍ୱାରା ଆପଣଙ୍କ ଓଜନ ବଢ଼ିବାରେ ସହାୟକ ହେବ ।

 

food
P.C : abplive.com

ଓଜନ ବଢ଼ାଇବା ପାଇଁ ବ୍ୟାୟାମ –

୧. ଯେଉଁ ଲୋକଙ୍କ ଓଜନ ବଢ଼ାଇବା ଦରକାର ସେମାନେ କେବଳ ୫ ମିନିଟ ଓ୍ଵାର୍ମ ଅପ୍‌ କରନ୍ତୁ ।

୨. ଯଦି ଆପଣ ଏଥଲେଟ୍‌ ତେବେ ୧୫-୨୦ ମିନିଟ ଓ୍ଵାର୍ମ ଅପ କରିପାରିବେ ।

୩. ଆପଣ ଯେଉଁ ବ୍ୟାୟମ କରୁଛନ୍ତି ଆପଣଙ୍କ ଲିମିଟରୁ ୩/୪ କିଲୋ ଅଧିକ ଓଜନ ଉଠାନ୍ତୁ ।

୪. ଯେଉଁଥିରେ ଆପଣଙ୍କ ମାଂସପେଶୀର ପ୍ରତ୍ୟେକ କୋଷ କାମରେ ଲାଗୁଥାଏ ।

୫. ଓଜନ ବଢ଼ାଇବା ପାଇଁ ଗୋଡ ପାଇଁ ଅଲମ୍ପିକ ଫିଟ ରୁ ନେଇ କରି ସ୍ନେଚିଙ୍ଗ ଓ କ୍ୱାଟସ ବ୍ୟାୟମା ଜରୁର କରନ୍ତୁ ।

 

ଓଜନ ବଢ଼ାଇବା ପାଇଁ ଖାଦ୍ୟ –

food-
P.C : abplive.com

୧.ସୋୟାବିନ : ପ୍ରୋଟିନର ଏକ ବହୁତ ଭଲ ଉତ୍ସ ହେଉଛି ସୋୟାବିନ । ଏଥିରେ ମାଗ୍ନେସିୟମ, ଭିଟାମିନ କେ ଓ ଫସଫରସ ଭରପୁର ମାତ୍ରାରେ ଥାଏ । ସୋୟାବିନ ଖାଇବା ଦ୍ୱାରା ମାଂସପେଶୀ ମଜବୁତ ଓ ରିପେୟାର ହୋଇଥାଏ ।

୨. ଅଣ୍ଡା : ଶରୀରରେ ପ୍ରୋଟିନ ପାଇଁ ଅଣ୍ଡା ବହୁତ ଜରୁରୀ । ଯଦି ଆପଣ ସବୁଦିନ ଅଣ୍ଡା ଖାଉଛନ୍ତି । ତେବେ ଆପଣଙ୍କ ଓଜନ ବଢ଼ିଥାଏ । ଏହାଦ୍ୱାରା ଆପଣଙ୍କ ମାଂସପେଣୀ ମଧ୍ୟ ବଢ଼ିଥାଏ । ଅଣ୍ଡାରେ ପ୍ରୋଟିନ ,ଭିଟାମିନ ବି ଓ ଭିଟାମିନ ବି୧୨ ଥିବାରୁ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।

୩. ମସୁର ଡାଲି : ଯଦି ଆପଣ ଚିକେନ ଓ ଅଣ୍ଡା ଖାଉନାହାଁନ୍ତି ତେବେ ଶାକାହାରୀ ଲୋକ ମସୁର ଡାଲି ଖାଇପାରିବେ । ମସୁର ଡାଲି ପ୍ରୋଟିନର ଏକ ବଡ଼ ବକଳ୍ପ । ମସୁର ଡାଲିରେ ଥିବା ପ୍ରୋଟିନ ଆପଣଙ୍କ ହାର୍ଟ ପାଇଁ ବହୁତ ଉପକାରୀ ହୋଇଥାଏ । ଏହା ପାଚନ ତନ୍ତ୍ରକୁ ସହାୟତା କରିବା ସହ ଶୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ ।

୪. ଆଳୁ : ପ୍ରୋଟିନ ପାଇଁ ଆପଣ ଆଳୁ ବି ଖାଇପାରିବେ । ଏହାଦ୍ୱାରା ଶରୀରକୁ ଅନ୍ୟ ପୋଷକ ତତ୍ତ୍ୱ ବି ମିଳିଥାଏ । ଗୋଟିଏ ସିଝା ଆଳୁରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟ ଭରପୁର ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.