Below header

‘‘ଉଡ଼ାନ’’ ସିରିୟଲର ପ୍ରକୃତ ‘‘କଲ୍ୟାଣୀ’’ ଆଉ ନାହାନ୍ତି

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ ଆଉ ନାହାନ୍ତି। ଦୀର୍ଘଦିନ ଧରି ରୋଗଶଯ୍ୟାରେ ପଡ଼ିବା ପରେ ସୋମବାର ତାଙ୍କ ପରଲୋକ ଘଟିଛି। ତାଙ୍କ ଜୀବନୀକୁ ନେଇ ଦୂରଦର୍ଶନରେ ‘ଉଡ଼ାନ୍‌’ ନାମକ ଏକ ଧାରାବାହିକ ପ୍ରଦର୍ଶିତ ହେଉଥିଲା। ସେଥିରେ ମୁଖ୍ୟ ଚରିତ୍ର କଞ୍ଚନ ଚୌଧୁରୀଙ୍କ ନାଁ କଲ୍ୟାଣୀ ସିଂହ ରହିଥିଲା। ଏହି ଚରିତ୍ରରେ କଞ୍ଚନ ଚୌଧୁରୀଙ୍କ ସାନ ଭଉଣୀ କବିତା ଚୌଧୁରୀ ଅଭିନୟ କରିଥିଲେ।

kanchan

ତାଙ୍କ ଜୀବନୀ ଉପରେ ଆଧାରିତ ସିରିୟଲ ଉଡାନ୍‌ ଆଦି ବି ଜନମାନସରେ ଉଜ୍ଜୀବିତ ହୋଇ ରହିଛି। ୧୯୮୯ ମସିହାରେ ‘‘ଉଡ଼ାନ୍‌’’ ଆରମ୍ଭ ହୋଇଥିଲା। ଶୋ’ରେ କଲ୍ୟାଣୀଙ୍କ ଅଦମ୍ୟ ସାହସ, ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ସେତେବେଳେ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସିରିୟଲର ଲେଖା ଏବଂ ନିର୍ଦ୍ଦେଶନା ମଧ୍ୟ କବିତା ଚୌଧୁରୀ ଦେଇଥିଲେ।

ଏଥିସହ ପଢ଼ନ୍ତୁ: ଅଜୟ ଦେବଗନ କିଣିଲେ ଦେଶର ସବୁଠୁ ମହଙ୍ଗା SUV, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

kanchan2

୧୯୭୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର କଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ ଦୀର୍ଘଦିନ ଧରି ରୋଗଶଯ୍ୟାରେ ପଡ଼ିଥିଲେ। ଆଇପିଏସ୍‌ କଞ୍ଚନଙ୍କ ପରଲୋକରେ ଶେଖର କପୁର, ପ୍ରିୟଙ୍କା ଶୁକ୍ଳା, ସୁନନ୍ଦା ବଶିଷ୍ଠ ପ୍ରମୁଖ ଶୋକବ୍ୟକ୍ତ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସର୍ବଭାରତୀୟ ମହିଳା କଂଗ୍ରେସ ମଧ୍ୟ କଞ୍ଚନ ଚୌଧୁରୀଙ୍କ ପରଲୋକରେ ଶୋକ ପ୍ରକାଶ କରି ଟ୍ଵିଟ୍‌ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.