Below header

ମଣିଷ ଭଳି କାଉର ବି ବଢେ କୋଲେଷ୍ଟ୍ରଲ, ଜାଣନ୍ତୁ କଣ କହିଲେ ବୈଜ୍ଞାନିକ

କଣ କାଉର ମଧ୍ୟ କୋଲେଷ୍ଟ୍ରଲ ବଢିଥାଏ ? ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠୁଛି ତାହେଲେ ଏହାର ଉତ୍ତର ଗବେଷଣାକାରୀ ମାନେ ଖୋଜି ବାହାର କରିଛନ୍ତି । ନ୍ୟୁୟର୍କର ହେମିଲ୍ଟନ କଲେଜର ଗବେଷଣାକାରୀଙ୍କ ଅନୁସାରେ ମଣିଷ ଭଳି କାଉ ମାନଙ୍କର ମଧ୍ୟ କୋଲେଷ୍ଟ୍ରୋଲ ବଢିଥାଏ । ଗାଁରେ ରହୁଥିବା କାଉ ମାନଙ୍କ ଅପେକ୍ଷା ସହରରେ ରହୁଥିବା କାଉ ମାନଙ୍କ କୋଲେଷ୍ଟ୍ରଲ ପାଞ୍ଚ ଗୁଣା ଅଧିକ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି ।

प्रतीकात्मक तस्वीर

ଗବେଷକମାନେ ସହରୀ ଏବଂ ଗ୍ରାମାଞ୍ଚଳର ୧୪୦ଟି କାଉ ମାନଙ୍କର ବ୍ଲଡ଼ ସାମ୍ପଲ ନେଇ ତାଙ୍କର ରକ୍ତ ପରୀକ୍ଷା କରାଇଥିଲେ । ଏହା ବ୍ୟତୀତ ସେମାନଙ୍କ ଶରୀରରେ ଥିବା ଚର୍ବିର ମାତ୍ରାକୁ ମଧ୍ୟ ପରୀକ୍ଷା କରାଇଥିଲେ । ଏହି ପରୀକ୍ଷାରେ ସହରରେ ରହୁଥିବା କାଉ ମାନଙ୍କର କୋଲେଷ୍ଟ୍ରଲ ମାତ୍ରା ଅଧିକ ଥିବାର ଦେଖାଯାଇଥିଲା । ଗବେଷଣା ଅନୁଯାୟୀ ଜଣାପଡିଛି କି ସହରର ରହୁଥିବା କାଉ ମାନଙ୍କର କୋଲେଷ୍ଟ୍ରଲ ମାତ୍ରା ଏଥିପାଇଁ ଅଧିକ କାରଣ ସେମାନେ ଅଧିକ ପରିମାଣରେ ଚିଜ ବର୍ଗର ଖାଇଥାନ୍ତି । କାରଣ ସେଠାକାର ଲୋକମାନେ କାଉକୁ ଚିଜ ବର୍ଗର ଖାଇବାକୁ ଦେଇଥାନ୍ତି ନଚେତ ମାଟିରେ ପଡ଼ିଯାଇଥିବା ଏହି ଚିଜ ବର୍ଗରକୁ କାଉମାନେ ନିଜର ଖାଦ୍ୟ ବନାଇଥାନ୍ତି । ଏହି କାରଣରୁ ସେମାନଙ୍କ ମଧ୍ୟରେ କୋଲେଷ୍ଟ୍ରଲର ମାତ୍ରା ବଢି ଯାଇଥାଏ ।

प्रतीकात्मक तस्वीर

ଜଣେ ଗବେଷକଙ୍କ କହିବା ଅନୁଯାୟୀ ଫାଷ୍ଟଫୁଡ ଖାଇବା ଦ୍ୱାରା ଏହା କାଉମାନଙ୍କ ଶରୀରରେ କେତେ ପ୍ରଭାବ ପକାଇଥାଏ ତାହା କହିବା ମୁସ୍କିଲ ଅଟେ । କିନ୍ତୁ ହୋଇପାରେ ଏହାର ନକାରାତ୍ମକ ପ୍ରଭାବ ବର୍ତ୍ତମାନ ଦେଖାଯାଉନାହିଁ କିନ୍ତୁ ଭବିଷ୍ୟତରେ ଦେଖାଯାଇପାରେ । କାରଣ ମଣିଷ ମାନଙ୍କ ଠାରେ ଏହାର ପ୍ରଭାବ ବହୁତ ବର୍ଷ ପରେ ଦେଖାଯାଇଥାଏ । କାଉମାନଙ୍କଠାରେ କୋଲେଷ୍ଟ୍ରଲ ବଢିବା ଘଟଣା ସବୁଠାରୁ ଅଧିକ ସ୍ପେନର କ୍ୟାନେରୀ ଆଇଲ୍ୟାଣ୍ଡରେ ଦେଖାଯାଇଥାଏ । କାରଣ ଏଠାରେ ପପୁଲେସନ ଅଧିକ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.