ଲିଭ ଇନ୍ ରିଲେସନସିପ୍କୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ , ବ୍ରେକ୍ ଅପ୍ ପରେ ମହିଳାଙ୍କୁ ଏକାକୀ ରହିବା କଠିନ ହୋଇଥାଏ : ଏହ୍ଲାବାଦ ହାଇକୋର୍ଟ
ଲିଭ-ଇନ ରିଲେସନସିପରେ ବ୍ରେକ୍ ଅପ୍ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ । ଭାରତୀୟ ସମାଜ ଏହି ସମ୍ପର୍କକୁ ସ୍ୱୀକାର କରେ ନାହିଁ । ନିଜ ବିବାହିତ ଲିଭ-ଇନ ପାର୍ଟନରକୁ ଦୁଷ୍କର୍ମ କରିବା ମାମଲରେ ଜଣେ ବ୍ୟକ୍ତିକୁ ଜାମିନ ଦେଇ କୋର୍ଟ କହିଛନ୍ତି ଯେ ସମ୍ପର୍କ ଭାଙ୍ଗିବା ପରେ ମହିଳାଙ୍କୁ ଏକାକୀ ରହିବା କଠିନ ହୋଇଥାଏ ।
ଆହ୍ଲାବାଦ : ଲିଭ-ଇନ ରିଲେସନସିପରେ ବ୍ରେକ୍ ଅପ୍ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ । ଭାରତୀୟ ସମାଜ ଏହି ସମ୍ପର୍କକୁ ସ୍ୱୀକାର କରେ ନାହିଁ । ନିଜ ବିବାହିତ ଲିଭ-ଇନ ପାର୍ଟନରକୁ ଦୁଷ୍କର୍ମ କରିବା ମାମଲରେ ଜଣେ ବ୍ୟକ୍ତିକୁ ଜାମିନ ଦେଇ କୋର୍ଟ କହିଛନ୍ତି ଯେ ସମ୍ପର୍କ ଭାଙ୍ଗିବା ପରେ ମହିଳାଙ୍କୁ ଏକାକୀ ରହିବା କଠିନ ହୋଇଥାଏ ।
କୋର୍ଟ ଆହୁରି କହିଛନ୍ତି ଯେ ଭାରତୀୟ ସମାଜ ବହୁ ସଂଖ୍ୟାରେ ଏପରି ସମ୍ପର୍କକୁ ସ୍ୱୀକାର କରେନାହିଁ । ଏମିତି ସ୍ଥଳେ ଜଣେ ଲିଭ-ଇନ ପାର୍ଟନର ବିରୋଧରେ ଏଫଆଇଆର କରିବା ଛଡା ଅନ୍ୟ ଉପାୟ ନାହିଁ ଯାହା ଏହି ମାମଲରେ ଦେଖାଯାଇଛି ବୋଲି କୋର୍ଟ କହିଥିଲେ ।
ଜଷ୍ଟିସ ସିଦାର୍ଥଙ୍କ ଖଣ୍ଡପୀଠ ଆଦିତ୍ୟ ରାଜ ବର୍ମାଙ୍କ ଜାମିନ ପି ଟିସନ ଉପରେ ଶୁଣାଣି କରି ଏହି ଟିପ୍ପଣୀ ଦେଇଥିଲେ । ଆଦିତ୍ୟ ତାଙ୍କ ଲିଭ-ଇନ ପାର୍ଟନରଙ୍କୁ ବିବାହ କରିବା ପାଇଁ ମନା କରିବା ପରେ ୨୪ ନଭେମ୍ବର ୨୦୨୨ରେ ଆଦିତ୍ୟ ଗିରଫ ହୋଇଥିଲେ । ଏହି ମାମଲାରେ ପୀଡିତା ଜଣେ ବିବାହିତା ମହିଳା ।
ମହିଳାଙ୍କ କହିବା ଅନୁଯାୟୀ, ଆଦିତ୍ୟ ତାଙ୍କ ସହ ଗତ ଦେଢ଼ ବର୍ଷ ହେବ ରହି ଆସୁଥିଲେ ଓ ତାଙ୍କ ସହ ଲିଭ ଇନ ରିଲେସନସିପ୍ରେ ରହିବା ଭିତରେ ସେ ଗର୍ଭବତୀ ହୋଇଥିଲେ । ହେଲେ ଆଦିତ୍ୟ ତାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ ।
ମହିଳା ଜଣକ ଏ ଅଭିଯୋଗ ଆଣିଥିଲେ ଯେ ଆଦିତ୍ୟ ତାଙ୍କ ଅଶ୍ଳୀଳ ଫଟୋ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇଥିଲେ । ଯେଉଁଥିପାଇଁ ପତି ତାଙ୍କୁ ସାଙ୍ଗରେ ରଖିବା ପାଇଁ ମନା କରିଦେଇଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ ।
ଉଭୟ ପକ୍ଷ ଶୁଣିବା ପରେ କୋର୍ଟ କହିଥିଲେ ଯେ ଏହା ଏପରି ଏକ ମାମଲା ଯେଉଁଠି ଲିଭ ଇନ ରିଲେସନସିପର ବିନାଶକାରୀ ତଥ୍ୟ ସାମନାକୁ ଆସିଛି । ଅପରାଧର ପ୍ରକୃତି, ସାକ୍ଷ ଓ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ପୋଲିସ ଏହି ମାମଲାରେ ଏକ ତରଫା ଯାଞ୍ଚକୁ ଦୃଷ୍ଟିରେ ରଖି ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ ।