ଗୁଗଲ ଓ ମାଇକ୍ରୋସଫ୍ଟ ପରେ ଏରିକ୍ସନ କମ୍ପାନୀ କରିବ କର୍ମଚାରୀ ଛଟେଇ, ୮୫୦୦ କର୍ମଚାରୀଙ୍କ ଲିଷ୍ଟ ପ୍ରସ୍ତୁତ

ଟେଲିକମ୍‌ ଉପକରଣ ତିଆରି କରୁଥିବା କମ୍ପାନୀ ଏରିକ୍ସନ କରି କର୍ମଚାରୀ ଛଟେଇ । ୮୫୦୦ କର୍ମଚାରୀଙ୍କ ଲିଷ୍ଟ ପ୍ରସ୍ତୁତ କରିସାରିଛି କମ୍ପାନୀ। ଆଗାମୀ ୬ ମାସ ମଧ୍ୟରେ କର୍ମଚାରୀ ବିଦା ହେବେ ।

ମାନ୍ଦାବସ୍ଥା ଯୋଗୁଁ ଦୁନିଆର ଅନେକ ବଡ କମ୍ପାନୀ କର୍ମଚାରୀ ଛଟେଇ କରୁଛନ୍ତି । ମାଇକ୍ରୋସଫ୍ଟ, ଗୁଗଲ, ଆମାଜନ, ଟ୍ଵିଟର ଭଳି ବଡ ବଡ କମ୍ପାନୀ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏବେ ଏହି ଲିଷ୍ଟରେ ସାମିଲ ହୋଇଛି ଟେଲିକମ୍‌ ଉପକରଣ ତିଆରି କରୁଥିବା କମ୍ପାନୀ ଏରିକ୍ସନ । ଏରିକ୍ସନ କମ୍ପାନୀ ଏବେ ହଜାର ହଜାର କର୍ମଚାରୀକୁ ଛଟେଇ କରିବାକୁ ଯୋଜନା କରୁଛି । ଆଉ କମ୍ପାନୀ ଏହାର ଘୋଷଣା ମଧ୍ୟ କରିସାରିଲାଣି ।

ରିପୋର୍ଟ ମୁତାବକ, ଟେଲିକମ୍‌ ନିର୍ମାତା ବିଶ୍ୱସ୍ତରରେ ୮ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଛି । ଏମାନଙ୍କ ମଧ୍ୟରୁ ୧୪୦୦ କର୍ମଚାରୀଙ୍କ ଚାକିରି କେବଳ ସ୍ୱିଡେନରୁ ଯାଇପାରେ । ଛଟେଇ କରିବାର ନିଷ୍ପତ୍ତି ପରେ ଏରିକ୍ସନ, ଗୁଗଲ, ଫେସବୁକ ଏବଂ ମାଇକ୍ରୋସଫ୍ଟ, ଅଲିବାବ, ଆମାଜନ ଭଳି କମ୍ପାନୀ ଏହି ଲିଷ୍ଟରେ ସାମିଲ ରହିଛି । ଅର୍ଥାତ୍‌ ଏହି କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ ।

କମ୍ପାନୀ ପାଖରେ ୨୦୨୨ରେ ପାଖାପାଖି ୧ ଲକ୍ଷରୁ ଅଧିକ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ କମ୍ପାନୀ । ମାନ୍ଦାବସ୍ଥା ଏବଂ ମହଙ୍ଗା ମଧ୍ୟରେ କମ୍ପାନୀ କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଆଗାମୀ ୬ ମାସ ମଧ୍ୟରେ କର୍ମଚାରୀ ଛଟେଇ କରିବ ବୋଲି କମ୍ପାନୀ କହିଛି । ଅନ୍ୟ କିଛି କର୍ମଚାରୀଙ୍କୁ ୨୦୨୪ରେ ଛଟେଇ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.