Below header

କିଏ ଗଢ଼ିବ କେନ୍ଦ୍ରରେ ସରକାର ? ଫଳାଫଳ ପୂର୍ବରୁ ୨୩ ତାରିଖରେ ବୈଠକ ଡାକିଲେ ସୋନିଆ

ଏଥର କେଉଁ ଦଳ କେନ୍ଦ୍ରରେ ଗଢିବ ସରକାର? କାହାକୁ ବହୁମତ ମିଳିବ? ନା ଝୁଲା ସରକାର ହେବ? ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ ସରକାର ଗଠନ ନେଇ ଆରମ୍ଭ ହେଲାଣି କମରକଷା। ୟୁପିଏ ଓ ଅଣବିଜେପି ଦଳକୁ ଏକଜୁଟ କରିବା ପାଇଁ ଆଗକୁ ଆସିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି। ୨୩ ତାରିଖରେ ଦିଲ୍ଲୀରେ ଡାକିଛନ୍ତି ବୈଠକ। ଏଥିରେ ଯୋଗ ଦେବାକୁ ୟୁପିଏର ସବୁ ସହଯୋଗୀ ଦଳ ଓ ଅଣବିଜେପି ଦଳ ମୁଖିଆଙ୍କୁ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧି। ରେଜଲ୍ଟ ଡେରେ ବୈଠକ ଡାକିଛନ୍ତି ୟୁପିଏ ଅଧ୍ୟକ୍ଷା। ଏହି ବୈଠକକୁ ବିଜେଡି ସମେତ ଓ୍ଵାଇଏସ୍ଆର୍ କଂଗ୍ରେସ, ଟିଆର୍ଏସ୍ ଓ ତେଲଗୁ ଦେଶମ ପାର୍ଟିକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ କଥା ହୋଇଥିବା ସୂଚନା ମିଳିଛି।

ବୈଠକରେ ସାମିଲ ହେବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତି କମଲ ନାଥ। କୁହାଯାଉଛି ବୈଠକରେ ଆଗାମୀ ରାଜନୈତିକ ରଣନୀତି ନେଇ ଆଲୋଚନା ହେବ। ବିଶେଷ କରି କେନ୍ଦ୍ରରେ ଏନଡିଏକୁ ସରକାର ଗଠନ ନେଇ ବହୁମତ ନ ମିଳିଲେ ପରବର୍ତ୍ତୀ ରଣନୀତି କଣ ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବିଜେପି ବିରୋଧୀ ଶକ୍ତି। କିନ୍ତୁ ବହୁ ସମୀକ୍ଷକ ଅନୁମାନ କରୁଛନ୍ତି, କୌଣସି ଏକ ନିର୍ଦ୍ଦିଷ୍ଟ ଦଳକୁ ବହୁମତ ମିଳିବା ସମ୍ଭାବନା କମ୍। ତେଣୁ ତା ପୂର୍ବରୁ ସୋନିଆଙ୍କ ଚିଠିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବେଶୀ ଆଲୋଚନା ନବୀନ କାହାକୁ ସମର୍ଥନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.