ମେ’ ୧୯ ରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ମତଦାନ

କେନ୍ୟୁଜ୍: ମେ’ ୧୯ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ମତଦାନ । ତୃତୀୟ ପର୍ଯ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍‌ରେ ହେବ ପୁନଃ ଭୋଟିଂ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ୧୧ ଲୋକସଭା କ୍ଷେତ୍ର ଓ ୧୯ ବିଧାନସଭା ଆସନ ଅନ୍ତର୍ଗତ ଏସବୁ ବୁଥରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା । ଏହାପରେ ସଂପୃକ୍ତ ବୁଥରେ ପୁନଃ ମତଦାନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.