ଧନିଆରେ ହୋଇ ପାରିବ ଡାଇବେଟିସ ନିୟନ୍ତ୍ରଣ, ଜାଣନ୍ତୁ ଏହାର ଉପକାରିତା

ସାଧାରଣ ଭାବରେ ଧନିଆକୁ ମସଲାର ଏକ ଉପାଦାନ ଭାବେ ଆମେ ଜାଣିଥାଉ । ସେ ପାନରେ ହେଉ କି ଖାଦ୍ୟରେ ଧନିଆକୁ ମସଲା ଭାବେ ହିଁ ଗ୍ରହଣ କରାଯାଏ । ହେଲେ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଅଗୋଚର । ଏହା ଶରୀର ଓଜନ କମ୍‌ କରିବାରେ ସାହାଯ୍ୟ କରିବା ସହ ଡାଇବେଟିସ ବା ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଧନିଆରେ ଆଇରନ, ଭିଟାମିନ-ଏ ଓ ସି ସହିତ ଫଲିକ ଏସିଡ, ମ୍ୟାଗ୍ନେସିୟମ ଓ କ୍ୟାଲସିୟମ ଆଦି ଭରପୂର ଭାବେ ରହିଛି । ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଦ ବ୍ରିତାନୀ ଜର୍ଣ୍ଣାଲ ଅଫ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଗବେଷଣାରେ କୁହା ଯାଇଛି ଯେ ଧନିଆର ବୀଜରେ କିଛି ଏଭଳି ଉପାଦାନ ରହିଛି ଯାହା ରକ୍ତରେ ମିଶିବା ପରେ ଆଣ୍ଟି-ହାଇପରଗ୍ଲାଇକୋମିକ, ଇନ୍ସୁଲିନ ଡିସଚାର୍ଜିଙ୍ଗ ବା ଇନ୍ସୁଲିନର ଉତ୍ପାଦନ କରିଥାଏ । ଯାହାଫଳରେ ଏହା ବ୍ଲଡରେ ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଡାଇବେଟିସ ପାଇଁ କେମିତି ସେବନ କରିବେ ଧନିଆ ମଞ୍ଜି

୧୦ ଗ୍ରାମ ଗୋଟା ଧନିଆ ନିଅନ୍ତୁ । ଏହି ଧନିଆକୁ ୨ ଲିଟର ପାଣିରେ ଭିଜାଇ ରାତି ତମାମ ଢାଙ୍କି ରଖିଦିଅନ୍ତୁ । ସକାଳୁ ଏହି ପାଣିକୁ କାଢି ଖାଲି ପେଟରେ ପିଅନ୍ତୁ । ଆପଣ ଏହି ପାଣିକୁ ଦିନ ତମାମ ମଧ୍ୟ ପିଇ ପାରିବେ । ଏହା ଦ୍ୱାରା ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣରେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.