ଆଜିଠୁ ଜିଲ୍ଲାସ୍ତରରେ ଅଧିକାରୀଙ୍କୁ ଭୋଟ ଗଣତି ପ୍ରଶିକ୍ଷଣ, ନିୟୋଜିତ ହୋଇଛନ୍ତି ୩୦ ଜଣ ବଛା ବଛା ପ୍ରଶିକ୍ଷକ

କେନ୍ୟୁଜ୍: ଭୋଟ ଗଣତି ନେଇ ଜିଲ୍ଲାସ୍ତରରେ ଅଧିକାରୀଙ୍କୁ ଆଜିଠୁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ୩୦ ଜଣ ବଛା ବଛା ପ୍ରଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ୧୯ତାରିଖ ପଯ୍ୟର୍ନ୍ତ ଏହି ପ୍ରଶିକ୍ଷଣ ଶିବିର ଚାଲିବ । ଏହାପୂର୍ବରୁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ନେଇଛନ୍ତି । କିପରି ଭୋଟ ଗଣତି କରାଯିବ ? କ’ଣ ରହିଛି ଆଇନଗତ ବିଧିବ୍ୟବସ୍ଥା ? କିଛି ସମସ୍ୟା ଉପୁଜିଲେ କିପରି ସମାଧାନ କରାଯିବ ? ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ଦିଆଯାଇଛି । ୨୩ରେ ଭୋଟ ଗଣତି କରାଯିବ । କାଉଣ୍ଟଂ ହଲକୁ ଶୀତତାପ ନିୟନ୍ତ୍ରିତ କରାଯିବ । ଗୋଟିଏ କାଉଣ୍ଟିଂ ହଲ୍‌ରେ ୭ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ହେବ । VVPATରେ କାଉଣ୍ଟିଂ ଯୋଗୁ ଅଧିକ ସମୟ ଲାଗିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.